ଟିକଟକ ଭିଡିଓ ଦେଖି ଯୁବତୀଙ୍କ ପ୍ରେମରେ ପଡିଲେ ଦୁଇଟି ଝିଅଙ୍କ ମାଆ

ନୂଆଦିଲ୍ଲୀ: ପ୍ରେମ ଦୁଇଟି ହୃଦୟର ମିଳନ । କେତେ ବେଳେ କାହା ସହ ହୃଦୟ ମିଶି ଯିବ କହି ହେବ ନାହିଁ । ହେଲେ ଯଦି ଦୁଇଟି ଝିଅର ମାଆକୁ ପ୍ରେମ ହୋଇ ଯିବ ତେବେ କଥାଟା ଟିକେ ଅଡୁଆ ଅଡୁଆ ଲାଗିବ । ଆଉ ଯଦି ପ୍ରେମ କୌଣସି ମହିଳାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ହୋଇଯିବ ତେବେ ତାକୁ କ’ଣ କୁହାଯିବ ନିଜେ ଚିନ୍ତା କରନ୍ତୁ । ସୋସିଆଲ ମିଡିଆରେ ଏମିତି କିଛି ପ୍ରେମ ସମ୍ପର୍କରେ ଜଣେ ମହିଳା ସେୟାର କରିଛନ୍ତି । ମହିଳା ଜଣଙ୍କ କେଉଁ ଦେଶର ସ୍ପଷ୍ଟ ହୋଇନି । ମହିଳା ଜଣଙ୍କ ହେଲେ ଲିଣ୍ଡା ଫ୍ରୁଟ ।

ଲିଣ୍ଡା କହିଛନ୍ତି, ସେ ଜଣେ ପୁରୁଷଙ୍କୁ ବିବାହ କରିଥିଲେ । ତାଙ୍କ ସହ ୬ ବର୍ଷ ଘର ସଂସାର କରି ରହିଥିଲେ । ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ହେଲେ କୋଭିଡ ମହାମାରୀ ସମୟରେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଏବେ ଉଭୟ ସାଙ୍ଗ ହୋଇ ରହୁଛନ୍ତି ।

ଉଭୟଙ୍କ ସମ୍ପର୍କକୁ ନେଇ ଲିଣ୍ଡା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘ଟିକଟକ ଜଏନ କରିବା ପରେ ଅନୁଭବ କଲି ଯେ, ମୁଁ ଝିଅମାନଙ୍କ ପ୍ରତି ଆକୃଷ୍ଟ ହେଉଛି । ଟିକଟକରେ ଆପଣ ଯେଉଁ ଭିଡିଓ ଦେଖିବେ ତାହା ଆପଣଙ୍କୁ ସେହି ପ୍ରକାରର ଭିଡିଓ ଦେଖାଇଥାଏ । ଦିନେ ମୁଁ ଟିକଟକରେ ଜଣେ ଟାଟୁ ଆର୍ଟିଷ୍ଟଙ୍କୁ ଦେଖିଥିଲି । ସେ ବହୁତ ସୁନ୍ଦର ଦିଶୁଥିଲେ ।’

ସେ ଆହୁରି କହିଛନ୍ତି, ‘ଦିନ ଗଡିବା ସହ ଟିକଟକରୁ ମୁଁ ସେ ଝିଅ ଓ ତାଙ୍କ ପରି ଝିଅଙ୍କ ଭିଡିଓ ଦେଖିବାକୁ ଲଗିଥିଲି । ବାରମ୍ବାର ଏମିତି ଭିଡିଓ ଦେଖିବା ଫଳରେ, ଝିଅମାନଙ୍କ ପ୍ରତି ମୁଁ ଅଧିକ ଆକୃଷ୍ଟ ହେବାକୁ ଲାଗିଥିଲି । ଏ ସମ୍ପର୍କରେ ସ୍ବାମୀଙ୍କୁ କହିବାକୁ ମୁଁ ଉଚିତ ମଣିଲି ଓ ସବୁ କଥା ତାଙ୍କୁ କହିଥିଲି ।’