ମାଛ ଖାଇବାକୁ ଦେଲାନି ବୋଲି ମା’କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ 

1 min read

ସୋର: ସିମୁଳିଆ ଥାନା କାଞ୍ଚପଡ଼ା ଗାଁରେ ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ  । ମାକୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ  । ପୁଅକୁ ଅଟକ ରଖିଛି ପୋଲିସ। ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଂଚାୟତ ତାଳପଦା ଗ୍ରାମର ବାସନ୍ତୀ ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ ପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ମା, ସ୍ତ୍ରୀ ପିଲାମାନଙ୍କୁ ମାରଧର କରନ୍ତି  ।

ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମାଙ୍କୁ ଖାଇବା ପାଇଁ ମାଗିଥିଲେ  । ମା ଖାଇବାକୁ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ  । ମାଛ କେଉଁଠି ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା  । ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା  ଛଡେଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ  ।

ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବୋହୂ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୋଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l