ମାଲିରେ ଧସିଲା ସୁନା ଖଣି ; ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି  । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କଙ୍ଗିବା ଜିଲା ଦକ୍ଷିଣ ପଶ୍ଚିମ କୌଲିକୋରୋ ଅଞ୍ଚଳରେ ରହିଛି ଏହି ଖଣି । ଖଣିରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ସୂଚନା ରହିଥିବା ବେଳେ କିଛି ଶ୍ରମିକ ଏବେ ବି ଫଶି ରହିଥିବା ଆଶଙ୍କା କରାଯାଉଛି  । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସେପଟେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୭୩ ଟି ମୃତଦେହ ମିଳିଛି । ମୃତକଙ୍କ ପରିବାରକୁ ମାଲି ସରକାର ସମବେଦନା ଜଣାଇଛନ୍ତି ।