ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୁହଁହାତ ବାନ୍ଧି ଲୁଟିନେଲେ ୪ ଲକ୍ଷ ଟଙ୍କାର ସାମଗ୍ରୀ
1 min readପାଟକୁରା: ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା। ପାଟକୁରା ଗରଦପୁର ବ୍ଲକ ବେଡାରୀ ନୂଆପଡା TPCODLରେ ବଡ଼ଧରଣର ଡକାୟତି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଇଲେକ୍ଟ୍ରି ଅଫିସରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଡ୍ୟୁଟିରେ ଥିବା ୩ ଜଣ କର୍ମଚାରୀଙ୍କ ମୁହଁ ଓ ହାତ ବାନ୍ଧି ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଛନ୍ତି।
୧୦ରୁ ୧୨ ମୁଖାପିନ୍ଧା ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଅଫିସ କାଚ ଭାଙ୍ଗି ଭିତରକୁ ପଶିଥିଲେ। ରାତି ଡ୍ୟୁଟିରେ ଥିବା ତିନି ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମୁହଁରେ ଗାମୁଛା ବାନ୍ଧି ଦେଇଥିଲେ। ସେମାନଙ୍କ ମୋବାଇଲ ଛଡ଼ାଇ ନେବା ସହ ବେକରେ ଭୁଜାଲି ଲଗାଇ ଲୁଟପାଟ କରିଥିଲେ।
ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟିନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ 8 ଲକ୍ଷ ଟଙ୍କାର ବିଦ୍ୟୁତ୍ ତାର ଲୁଟି ନେଇଥିଲେ ଦୁର୍ବୃତ୍ତ । ବାରମ୍ବାର ବେଡ଼ାରି ନୂଆପଡ଼ା ବିଦ୍ୟୁତ୍ ସେକ୍ସନ ଅଫିସରୁ ଚୋରି ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲାକୁ ପାଟକୁରା ପୋଲିସ ଗୁରୁତ୍ବ ସହ ନେଇ ତଦନ୍ତ ଆରମ୍ଭ କରିଛି।