ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵରରୁ ୪ ଡକାୟତ ଗିରଫ । କୁଖ୍ୟାତ ଡକାୟତ ଲୁକେଶ ସିଂର ଆଉ ୪ ଜଣ ସହଯୋଗୀଙ୍କୁ ଗିରଫ କଲା ସିମୁଳିଆ ପୋଲିସ l ବାଲେଶ୍ୱର ଷ୍ଟେସନରେ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଯିବାର ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ । କିଛି ଦିନ ତଳେ ସିମୁଳିଆ ଆଇଆଇସି ଦେବରାଜ ନାୟକ ବିହାର ଅଂଚଳର କୁଖ୍ୟାତ ଡକାୟତ ଲୁକେଶ ସିଂଙ୍କୁ ଏନକାଉଣ୍ଟର କରିଥିଲେ l
ଏନକାଉଣ୍ଟର ବେଳେ ଲୁକେଶର ୪ ଜଣ ସହଯୋଗୀ ଫେରାର ହୋଇଯାଇଥିଲେ l ସିମୁଳିଆ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ଵର ଷ୍ଟେସନରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ l ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତ, ବେଆଇନ ଅସ୍ତ୍ରସସ୍ତ୍ର ରଖିବା, ଛିନତାଇ ଆଦି ଅଭିଯୋଗ ରହିଛି ।…

