Loan Moratorium: ଆପଣଙ୍କ ଆକାଉଣ୍ଟକୁ ଆଜି ଆସିବ କି ଟଙ୍କା ? ଜାଣନ୍ତୁ ସମସ୍ତ ସୂଚନା
1 min read
ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ନେଉଥିବା ଗ୍ରାହକଙ୍କୁ ଲୋନ୍ ମୋରାଟୋରିୟମର ସୁବିଧା ଦେଇଥିଲା । ୨୦୨୦ ମସିହା ମାର୍ଚ୍ଚରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଇଥିଲା । ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମସ୍ତ ବ୍ୟାଙ୍କକୁ ମୋର୍ଚ୍ଚା ମାମଲାରେ ବ୍ୟାଙ୍କଗୁଡ଼ିକୁ ସୁଧ ଉପରେ ସୁଧ ଟଙ୍କା ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରିବାକୁ ପଡିବ। ଏହି ସୁବିଧା ମାର୍ଚ୍ଚ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିଲା । ୫ ନଭେମ୍ବର ପର୍ଯ୍ୟନ୍ତ ଚକ୍ରବୃଦ୍ଧି ସୁଧ ଏବଂ ସାଧାରଣ ସୁଧ ମଧ୍ୟରେ ଥିବା ଅର୍ଥରାଶିକୁ ଗ୍ରାହକଙ୍କୁ ଫେରସ୍ତ କରିଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଆଦେଶ ଦେଇଥିଲେ ।
କଣ ରହିଛି ସରକାରଙ୍କ ସ୍କିମ୍
ସରକାରୀ ନିର୍ଦ୍ଦେଶନାମା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କଗୁଡ଼ିକୁ ନଭେମ୍ବର ମାସ ୫ ତାରିଖ ସୁଦ୍ଧା ସୁଧର ପ୍ରିପେମେଣ୍ଟ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ବଦଳରେ, ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସମସ୍ତେ ନିଜ ନିଜର ଦାବି ରଖିପାରିବେ। ସରକାର ଏହି ବ୍ୟାଙ୍କଗୁଡ଼ିକର କ୍ଷତିପୂରଣ କରିବ ।
କିଏ କିଏ ଏହି ସ୍କିମର ଫାଇଦା ଉଠାଇପାରିବେ ଜାଣନ୍ତୁ
ଯେଉଁ ଗ୍ରାହକମାନେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଛନ୍ତି ଏବଂ ଯେଉଁମାନେ ମୋରାଟୋରିଅମର ଫାଇଦା ନେଇ ନାହାଁନ୍ତି କିମ୍ବା ଆଂଶିକ ଫାଇଦା ଉଠାଇଛନ୍ତି ସେମାନଙ୍କୁ ମଧ୍ୟ ପେମେଣ୍ଟ କରାଯିବ। ଏହି ସ୍କିମରେ ଶିକ୍ଷା ଋଣ, କ୍ରେଡିଟ କାର୍ଡ ଡ୍ୟୁ, କାର ଋଣ, ବ୍ୟକ୍ତିଗତ ଋଣ, ଗୃହ ଋଣ, ଗ୍ରାହକ ଋଣ, ଏବଂ ଏମଏସଏମଇ ଋଣ ସାମିଲ ରହିଛି ।
ଏହି ଯୋଜନାର ସମୟ ସୀମା ବଢାଯିବ କି?
ଅନେକ ଋଣଦାତାମାନଙ୍କ କହିବା ଅନୁସାରେ ଦେୟ ଦେବା ପାଇଁ ଦିଆଯାଇଥିବା ସମୟ ବହୁତ କମ । ଏହି ରାଶିର ଗଣନା ତଥା ସମଗ୍ର ପ୍ରକ୍ରିୟା ପାଇଁ ଅନେକ ସମୟର ଆବଶ୍ୟକତା ରହିଛି । ଏଥି ସହିତ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ସମୟ ସୀମା ବହୁତ କମ୍ ରହିଛି । ଋଣ ନେଉଥିବା ଗ୍ରାହକମାନେ ଆଶା କରୁଛନ୍ତି ଯେ ଏହି ଯୋଜନା ଲାଗୁ କରିବା ପାଇଁ ସରକାର ଏବଂ ଆରବିଆଇ ଅଧିକ ସମୟ ଦେବେ।
କେବେ ମୋରାଟୋରିଅମର ଘୋଷଣା କରାଯାଇଥିଲା?
ଏହାକୁ କରୋନା ଭୂତାଣୁ ପ୍ରଭାବରୁ ରକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମାର୍ଚ୍ଚ ମାସରେ ୬ ମାସର ମୋରାଟୋରିଅମ୍ ଘୋଷଣା କରିଥିଲା। ମୋରାଟୋରିଅମର ଛଅମାସ ମଧ୍ୟରେ ବନ୍ଦ ହୋଇଥିବା ଆକାଉଣ୍ଟଗୁଡିକ ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ । ଏହି ମାମଲାରେ ମାର୍ଚ୍ଚ ମାସ ୧ ତାରିଖରୁ ଋଣ ନେଇଥିବା ଲୋକଙ୍କର ଖାତା ବନ୍ଦ ହୋଇଥିବା ତାରିଖ ପର୍ଯ୍ୟନ୍ତ ସୁଧ ଗଣନା କରାଯିବ ।
ଏହି ରାଶି ଋଣରେ ମିଶିଯିବ କି?
ଏହି ରାଶି ଋଣ ରାଶିରେ ମିଶିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଋଣ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଏହା ଅଲଗା ହୋଇ ମଧ୍ୟ ଜମା ହୋଇପାରେ । ହେଲେ ଏନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ ।
ଏହି ଯୋଜନାର ଲାଭ ଉଠାଇବାକୁ ଆପଣ ଯୋଗ୍ୟ କି ନୁହେଁ?
ଏହି ଯୋଜନାର ପାତ୍ର ହେବା ପାଇଁ ୨୦୨୦ ମସିହା ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା (NPA) ହେବା ଅନୁଚିତ୍ । ଯଦି ଆପଣଙ୍କର ଋଣ ସେହି ତାରିଖ ପର୍ଯ୍ୟନ୍ତ NPA ବର୍ଗରେ ରହିଛି, ତାହେଲେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି ।
ଯଦି ଆପଣ ମୋରାଟୋରିଅମର ଲାଭ ଉଠାଇନାହାଁନ୍ତି, ତାହେଲେ ଏବେ ଆପଣ ଉପକୃତ ହେବେ କି?
ଧାର ନେଇଥିବା ବ୍ୟକ୍ତି ମୋରାଟୋରିୟମ ର ଲାଭ ଉଠାଇଛି ନା ନାହିଁ ସେଥିରୁ କୌଣସି ଫରକ ପଡ଼େ ନାହିଁ । ଫେବୃଆରୀ ୨୯ ସୁଦ୍ଧା ସୁଧ ହାର ଆଧାରରେ ଜମା ହେବାକୁ ଥିବା ପରିମାଣକୁ ବ୍ୟାଙ୍କଗୁଡ଼ିକୁ ହିସାବ କରିବାକୁ ହେବ ।