spot_img

Latest Posts

ମୋକିମ୍‌ଙ୍କ କ୍ରସ୍ ଭୋଟିଂ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳର ନିଷ୍ପତି ବିରୋଧରେ ଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଯାହାକୁ ନେଇ କଂଗ୍ରେସରେ ଏକ ଝଡ଼ ସୃଷ୍ଟି ହୋଇଛି ।

ମୋକିମ କହିଛନ୍ତି, ‘ ମୁଁ ବିବେକ ଅନୁଯାୟୀ ଭୋଟ ଦେଇଛି । ଦଳୀୟ ହ୍ୱିପ୍ ଜାରି ହୋଇ ନଥିବାରୁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି। ଯେହେତୁ ଜଣେ ଓଡ଼ିଆ ମାଟିର ଝିଅ ପ୍ରତିଦ୍ୱନ୍ଦିତା କରୁଛନ୍ତି ତେଣୁ ମୁଁ ବିବେକ ଅନୁସାରେ ନିଷ୍ପତ୍ତି ନେଲି । ଓଡ଼ିଶାର ସମ୍ମାନ ବଢ଼ାଇବାକୁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ଦଳର ନିଷ୍ପତ୍ତି କିନ୍ତୁ ଅଲଗା ଥିଲା। ତେଣୁ ସୋକଜ୍ ନୋଟିସ୍ ହେଲେ, ଦଳ ସହ ଆଲୋଚନା କରିବି।’

ଅନ୍ୟପଟେ ମୋକିମଙ୍କ ଏଭଳି ନିଷ୍ପତ୍ତିକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ଦଳ ବିରୋଧରେ ଯାଇ କାର୍ଯ୍ୟ କରିଥିବାରୁ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ତର୍ଜମା ହେବ ବୋଲି କହିଛନ୍ତି।

Latest Posts

Don't Miss