ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ । ରଘୁନାଥଙ୍କୁ ପଣ୍ଡାପାଲି ଅଞ୍ଚଳରୁ ଗିରଫ କରିଛି ପୋଲିସ । ରଘୁନାଥ ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖଙ୍କୁ ଗିରଫ କରିଥିଲା ପୋଲିସ ।

ସେମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଥିଲା ପୋଲିସ । ଗତ ୧୦ ତାରିଖରେ ଏକ ସାଧାରଣ ସଭା ସାରି ଫେରୁଥିବା ବେଳେ ଟାଉନ ଥାନା ଅଞ୍ଚଳର ମଣ୍ଡୁଆ ଠାରେ ଦୁଇ ବାଇକ ଅରୋହୀ ମୋହନଙ୍କ ଗାଡି ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ପରେ ମୋହନ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ପୋଲିସ ହେପାଜତରୁ ଅଟକ ଅଭିଯୁକ୍ତ ଫେରାର ଘଟଣା; ଟିଟିଲାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ଏସ୍‌ପି

 

Leave a Reply