ବିଜେପି ବିଧାୟକଙ୍କ ଆଚରଣ ସମଗ୍ର ଓଡ଼ିଶାର ଗରିମାକୁ କ୍ଷୁର୍ଣ୍ଣ କରିଛି: ବିଧାୟକ ଅତନୁ ସବ୍ୟସାଚୀ

ଭୁବନେଶ୍ୱର: ବିଧାନସଭା ମଧ୍ୟରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଜ୍ୟ ପାଳଙ୍କୁ ଭେଟିଛି ବିଜେଡି। ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇଛି ବିଜେଡି। ସେପଟେ ବିଧାନସଭା ଭିତରେ ଘଟିଥିବା ଘଟଣା ହେଉଛି ସବୁଠାରୁ ବଡ଼ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ। ଏଥିରି ସାରା ରାଜ୍ୟର ସମ୍ମାନ ହାନି ହୋଇଛି। ଏଭଳି ଏକ ଆଚରଣ ପାଇଁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦରକାର। ଯେତେବେଳେ ରାଜ୍ୟରେ କରୋନା ପାଇଁ ସମସ୍ତେ ସଂଘର୍ଷ କରୁଛନ୍ତି ସେହି ସମୟରେ ଏଭଳି ଏକ  ନିଷ୍ପତ୍ତି ପୁରା ରାଜ୍ୟ ଉପରେ ଖରାପ ପ୍ରଭାବ ପକାଇବ। ତେଣୁ ସେ ପୁରା ଓଡ଼ିଶାର ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ। ବିଧାନସଭା ୪ ଦିନ ହେଲା ଚାଲିପାରୁନି। ଏଥିରେ ବିଧାନସଭାର ଗାରିମା ସହ ପୁରା ରାଜ୍ୟର ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଭଳି ଏକ ଭୁଲ ଆଚରଣ କରିବା ସତ୍ତ୍ୱେ ଜାତୀୟ ଦଳ ଏଥିପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ରହିଛି ଏବଂ ସମର୍ଥନ ମଧ୍ୟ କରୁଛି।

Leave a Reply