‘ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ’

ଭୁବନେଶ୍ବର: ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ପ୍ରତି କାର୍ଯ୍ୟାଳୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ରହିବ 50ଲକ୍ଷ ଟଙ୍କା । ସେହିପରି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ମାନଙ୍କ ବିକାଶ ଓ ସେମାନଙ୍କ ସ୍ଵାବଲମ୍ବୀ କରିବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି ।

ବିଧାନସଭାରେ ବିଧାୟକ ରମେଶ ବେହେରାଙ୍ଗ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବିଶେଷ କରି ମହିଳା ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ।ସେଥିପାଇଁ ଆର୍ଥିକ ସହାୟତା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀ ମାନଙ୍କୁ ୧୫ ହଜାର ଓ ଡିଜିଟାଲ ଶସକ୍ତିକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି । ସେହିପରୀ ୩୩୮ ଗୋଟି ମହସଂଘ ଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି ।

ସେହିପରି ମନ୍ତ୍ରୀ କହିଛନ୍ତି ଏହାସହ ମିଶନ ଶକ୍ତିରେ ଋଣ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦ ୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Leave a Reply