ଆଶ୍ଚର୍ଯ୍ୟକର ଘଟଣା, ଦୁଇଟି ଭିନ୍ନ ବିମାନ ଦୁର୍ଘଟଣାରୁ ବର୍ତିଲେ ଏହି ଦମ୍ପତି

1 min read

ରୋମ୍ :  ଇଟାଲୀରେ ଏକ ଦମ୍ପତି ଙ୍କ ଭିଡିଓ ସୋସିଆଲ୍ ମି଼ଡିଆରେ ସମସ୍ତଙ୍କୁ ଚକିତ କରି ଦେଇଛି । ବିମାନ ଦୁର୍ଘଟଣା ହେଲେ ସେଥିରେ ଥିବା ଯାତ୍ରୀ ବଞ୍ଚିବା କିଛି ଚମତ୍କାର ଠାରୁ କମ୍ ନୁହେଁ  । କିନ୍ତୁ ଏହି ଚମତ୍କାର ଗୋଟିଏ ଦିନରେ ଦୁଇ ଥର ଘଟିଲେ ବିଶ୍ବାସ କରିବା ଟା ଟିକେ କଷ୍ଟ ହୁଏ  ।  ଇଟାଲୀ ରେ ରହୁଥିବା ଏକ ଦମ୍ପତିଙ୍କ ସହ ଏଭଳି ସମାନ ଘଟଣା ଘଟିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି  । ଷ୍ଟେଫାନୋ ପିରିଲି ଏବଂ ତାଙ୍କର ପ୍ରେମିକା ଆଣ୍ଟୋନିଏଟା ଡେମାସି  ଗୋଟିଏ  ଦିନରେ  ଦୁଇଟି ଅଲଗା ଅଲଗା ବିମାନରେ ଦୁର୍ଘଟଣାର ଶୀକାର ହୋଇଥିଲେ ।  ଆଉ ସବୁଠାରୁ ବଡ କଥା ହେଉଛି ଯେ ଦୁଇ ଜଣ ବିମାନଦୁର୍ଘଟଣା ରୁ ବଞ୍ଚିବି ଯାଇଛନ୍ତି  ।

ମିରର୍ ଏକ ରିପୋର୍ଟ ଆଧାରରେ , ଗତ ରବିବାର ଦିନ ଏହି ଦମ୍ପତି ପାର୍ଟି କରିବାକୁ ସାଙ୍ଗ ମାନଙ୍କ ସହ ଯାଇଥିଲେ  । ଦମ୍ପତି ଦୁଇ ଜଣ  ନିଜ ଦୁଇଟି ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରିବେ ବୋଲି ସ୍ଥିର କଲେ  । ଦୁଇ ଜଣ ଦୁଇ ଟି ଅଲଗା ଅଲଗା  ବିମାନରେ ଯାତ୍ରା କରିବା ସମୟରେ ଇଟାଲୀର ତୁରିନ୍ ନିକଟରେ ଏହି ଦୁଇ ବିମାନ ଦୁର୍ଘଟଣାର ଶୀକାର ହୋଇଥିଲା  ।  ବାସ୍ତବରେ ଖରାପ ପାଗ  ଏବଂ ଅନ୍ଧକାର ଯୋଗୁଁ ଉଭୟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  ।  ଗୋଟିଏ ବିମାନରେ ଆଣ୍ଟୋନିଏଟା ଏବଂ ତାଙ୍କର ପାଇଲଟ୍ ଥିବା ବେଳେ ଅନ୍ୟ ଏକ ବିମାନରେ ଷ୍ଟେଫାନୋ ଏବଂ ତାଙ୍କର କୋ- ପାଇଲଟ୍ ଥିଲେ  । ଦୁଇ ଜଣଙ୍କ ବିମାନ ପୁରା ଘନ କୁହୁଡି ମଧ୍ୟରେ ଫସି ଯାଇଥିଲା  ।

ଷ୍ଟେଫାନୋ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ ଜଣାଥିଲା କି ବିମାନରେ କିଛି ଦୁର୍ଘଟଣା ହେବ ନାହିଁ , କିନ୍ତୁ ସଂନ୍ଧ୍ୟା ହେଉ ହେଉ ହଠାତ୍ ତାପମାତ୍ରା ହ୍ରାସ ପାଇଗଲା ଏବଂ ଚାରିଆଡେ କୁହୁଡି ହୋଇଗଲା । କୁହୁଡି ପାଇଁ ବିମାନ ରନ୍ଓ୍ବେ ଠାରୁ ୧୦୦ ମିଟର ଆଗୁଆ ଯାଇଥିଲା  ।  ଯାହା ଫଳରେ ବିମାନଟି ପହଞ୍ଚିବା କ୍ଷଣି ଦୁର୍ଘଟଣା ହୋଇଥିଲା  । ଏହା ପରେ ସେ ଆଣ୍ଟୋନିଏଟାଙ୍କୁ ଫୋନ୍ କରିଥିଲେ  । ଆଣ୍ଟୋନିଏଟା ଫୋନ୍ ନ ଉଠାଇବାରୁ ସେ ଅଧିକ ଚିନ୍ତିତ ହୋଇଯାଇଥିଲେ  । କିଛି ସମୟ ପରେ ତାଙ୍କୁ ଖବର ମିଳିଲା ଯେ , ଆଣ୍ଟୋନିଏଟାଙ୍କ ବିମାନ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଛି । କିନ୍ତୁ ଠିକ୍ ସମୟରେ ଅଗ୍ନିଶମ ବାହିନୀ  ପହଞ୍ଚି ଯାଇଥିବାରୁ ତାଙ୍କୁ ଆଶ୍ବସ୍ତି ମିଳିଥିଲା । ଷ୍ଟୋଫାନୋ ଆହୁରି ମଧ୍ୟ କହିଥିଲେ ଯେ , ଆଣ୍ଟୋନିଏଟାଙ୍କର ଏହା ପ୍ରଥମ ବିମାନ ଯାତ୍ରା ଥିଲା  । ଯେଉଥିପାଇଁ ଆଣ୍ଟୋନିଏଟା ବହୁତ ଖୁସି ମଧ୍ୟ ଥିଲେ  । କିନ୍ତୁ ଯାହା ବି ହେଉ ଏହି ଦମ୍ପତି ବିମାନ ଦୁର୍ଘଟଣାରେ ସୁରକ୍ଷିତ ଭାବରେ ବଞ୍ଚିଯାଇଥିଲେ ।