ଲୋକ ଲଜ୍ଜା ଭୟରେ ଦଉଡ଼ି ଦେଲା ଝିଅ

1 min read

ଆଜି ଆସିଥିବା ଅପରାଧର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଉତ୍ତରପ୍ରଦେଶର ଫତେପୁର ଜିଲ୍ଲା ଗାଜିପୁର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ୧୭ ବର୍ଷର ଝିଅ ଆପତ୍ତିଜନକ ପରିସ୍ଥିତିରେ ଧରାପଡ଼ିବାରୁ ଫାଶି ଲଗାଇ ଆତ୍ମହତ୍ୟା କରିଛି ।

ଏହି ମାମଲାକୁ ନେଇ ଗାଜିପୁର ତଦନ୍ତକାରୀ ଅଫିସର ସନ୍ଦିପ ତିୱାରୀ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, “ ଝିଅର ପରିବାର ଯେତେବେଳେ କାମ ସାରି ଘରକୁ ଫେରିଲେ, ସେମାନେ ନିଜ ଝିଅକୁ ଅନ୍ୟ ଏକ ଜାତିର ପୁଅ ସହ ଆପତ୍ତିଜନକ ଆବସ୍ଥାରେ ଦେଖିବାକୁ ପାଇଲେ  । ଦୁହିଁଙ୍କୁ ଧରିବା ପରେ ପୋଲିସକୁ ସୂଚନା ଦେଲେ ପରିବାର ଲୋକ । ପୋଲିସ ଗାଁରେ ପହଁଞ୍ଚିବା ପୂର୍ବରୁ ପୁଅଟି ଝିଅ ପରିବାରର ପଞ୍ଝାରୁ ଖସିଯାଇଥିଲା । ଆଉ ଝିଅଟି ଘରର ଦ୍ୱିତୀୟ ମହଲାରେ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା । ପୋଲିସ ପହଞ୍ଚିବା ବେଳକୁ ନାବାଳିକାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଏହା ସହିତ, ଝିଅର ପରିବାର ମୃତଦେହର ପୋଷ୍ଟମର୍ଟମ କରିବାକୁ ରାଜି ହେଉନଥିଲେ । ତେଣୁ ଯମୁନା ନଦୀ କୂଳରେ ଝିଅର ଅନ୍ତିମ ସଂସ୍କାର କରାଗଲା । ଦୁଇ ଜାତିକୁ ନେଇ ଘଟଣାଟି ଘଟିଥିବାରୁ, ଗାଁରେ ଏହା ଏକ ଚିନ୍ତାଜନକ ବିଷୟ ପାଲଟିଛି । ସୁରକ୍ଷା ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଘଟଣାଟିର ତଦନ୍ତ ଆରମ୍ଭ କରିଛି ପୋଲିସ । ')}

Leave a Reply