କୋରାଇ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା, ଆର୍ଥିକ ସହାୟତା ଘୋଷଣା କଲା ରେଳ ମନ୍ତ୍ରାଳୟ
1 min readନୂଆଦିଲ୍ଲୀ: କୋରାଇ ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନଙ୍କୁ ୫ ଲକ୍ଷ, ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ଯକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି I
ମୃତ ବ୍ୟକ୍ତି ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତ ମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ଯ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି I
— Ashwini Vaishnaw (मोदी का परिवार) (@AshwiniVaishnaw) November 21, 2022