ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ବେପାରୀ ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। ଏବେ ସୁଦ୍ଧା୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସେପଟେ ସୁବାସ ପାଣିଗ୍ରାହୀ ତାଙ୍କ ନିଜର ଟିଆରପି ବଢେଇବା ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଆମେ ଦାବି କରୁଛୁ ସେ କ୍ଷମା ମାଗନ୍ତୁ। ରାଜ୍ୟପାଳ ସଂସ୍ଥାର ମୁରବୀ, ପବିତ୍ର ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି ତେଣୁ ରାଜ୍ୟପାଳଙ୍କୁ ଜଣେଇଛୁ। ଏଯାବତ ୬୧ ଲକ୍ଷ ଟନ ଧାନ ଉଠେଇଛୁ। ବିଜେପି କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

Leave a Reply