ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ

ଭୁବନେଶ୍ୱର: ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର 26 ବର୍ଷ ବୟସରେ ପରଲୋକ ହୋଇଛି । ଅକ୍ଳାନ୍ତ ଏକ ମାସ ହେବ ଲିଭର ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ କଟକ ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ଯ ସଂପନ୍ନ ହୋଇଛି । ଅଭିନେତା ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଥିଲେ । ସୂଚନାଥାଉକି, ଗତ ବର୍ଷ ଜାନୁଆରୀରେ ଅଭିନେତା ମହିର ଦାସଙ୍କ ଦେହାନ୍ତ ଘଟିଥିଲା । ଠିକ୍ ଏକ ବର୍ଷ ପରେ ପୁଅ ଅକ୍ଲାନ୍ତଙ୍କର ମୃତ୍ୟୁ ଘଟିଛି ।