ଭୂମିକମ୍ପରେ ଥରିଲା ନବରଙ୍ଗପୁର ଓ କଳାହାଣ୍ଡି

ନବରଙ୍ଗପୁର: ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ । ୩ ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଭୂପୃଷ୍ଠ ଥରିଥିବା ସୂଚନା ।  ଦିନ ୧୧ ଟା ୨୯ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଝରିଗାଁ  ଅଞ୍ଚଳରେ ଲୋକେ ଭୟରେ ଘରୁ ବାହାରି ଯାଇଥିଲେ । ଉମରକୋଟରେ ମଧ୍ୟ କିଛି ସ୍ଥାନରେ ସାମାନ୍ୟ ଭାବରେ ମାଟି ଥରି ଥିବା ଅନୁଭୂତ ହୋଇଛି । ଚନ୍ଦାହାଣ୍ଡିରେ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଏହା ଭୂମିକମ୍ପ ଚନ୍ଦାହାଣ୍ଡିରେ କେନ୍ଦ୍ରୀଭୂତ ହୋଇଥିଲା ।

Leave a Reply