ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ନେଇ ଏମିତି କହିଲେ ମେହେବୁବା ମୁଫତି
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜୋରଦାର ହୋଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଉଛି ଭାରତ । ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଉଥିବାବେଳେ ଆତଙ୍କୀ ଆଡ୍ଡା ଉପରେ ବାରମ୍ବାର ପ୍ରହାର କରାଯାଉଛି । ସେପଟେ ଯୁଦ୍ଧ କରିବା ପାଇଁ ପାକିସ୍ତାନ ମଧ୍ୟ ଚାହିଁ ବସିଛି । ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ଜବାବ ଦେବୁ ବୋଲି ପ୍ରତିକ୍ରିୟା ରଖୁଛନ୍ତି । ଏପଟେ ଏଭଳି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ୍ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ।
ସେ କହିଛନ୍ତି କି, ବିଶ୍ବକୁ ମୋଦି ଶାନ୍ତିର ବାର୍ତ୍ତା ଦେଉଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ମୋଦି କହିଥିଲେ କି, ଏହା ଯୁଦ୍ଧର ସମୟର ନୁହେଁ । ଆଲୋଚନାର ସମୟ । ମେହେବୁବା କହିଛନ୍ତି କି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ କଥା ହୋଇ ଶାନ୍ତି ପ୍ରତିଷ୍ଠା କରନ୍ତୁ । ଏହି ଯୁଦ୍ଧ ପାଇଁ ଅକାରଣରେ ବହୁ ନିରିହ ଜୀବନ ଯାଉଛି । ତେବେ ଉଭୟ ଦେଶ ରାଜନୈତିକ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତୁ ।