କଣ ପାଇଁ ଓଡ଼ିଆ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରି ଟ୍ୱିଟ୍ କଲେ ମେଗାଷ୍ଟାର ଚିରଞ୍ଜିବି ?

1 min read

ମେଗାଷ୍ଟାର ଚିରଞ୍ଜିବିଙ୍କ ମୁହରେ ଓଡ଼ିଶା ପୋଲିସ ଅଧିକାରୀଙ୍କ ପ୍ରଶଂସା । ଆଜିକାଲି ସୋସିଆଲ ମିଡିଆର ଜମାନା । ଯିଏ ଯେତେବେଳେ ଯାହା ବି କରୁଛନ୍ତି ତାହା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏମିତିକ କି କେବଳ ଲାଇକ୍‌ କମେଣ୍ଟ, ସେୟାର ଓ ଫଲୋୟର୍‌ ବଢ଼ାଇବା ପାଇଁ ଆଜି କାଲିର ଯୁବ ପିଢ଼ି କିଛି ବି କରୁଛନ୍ତି । ହେଲେ ତାହା ମଧ୍ୟରେ ବି ସୋସିଆଲ ମିଡିଆରେ ଅନେକ କିଛି ଭଲ ତଥ୍ୟ ଦେଖିବାକୁ ମିଳିଛି । ଏବେ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ଆଉ ଲକ୍‌ଡାଉନ୍‌ ଯୋଗୁଁ ଏବେ ସୋସିଆଲ ମିଡିଆର ବ୍ୟବହାର ମଧ୍ୟ ବଢିଯାଇଛି ।  ଆଉ ଅନେକ ଭଲ ମନ୍ଦ ଭିଡିଓ ଭାଇରାଲ ହେଉଛି ।

ଏହାରି ମଧ୍ୟରେ ଏବେ ଏମିତି ବି କିଛି ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆଖିରୁ ଲୁହ ବାହାରି ଆସିବ । ସେମିତି ଏକ ଭିଡିଓ ହେଉଛି ଜଣେ ପୋଲିସ ଅଧିକାରୀ ଜଣେ ବୁଦ୍ଧାଙ୍କୁ ହାତରେ ଖୁଆଇ ଦେଉଛନ୍ତି । ଆଉ ସେହି ଭିଡିଓକୁ ଉକ୍ତ ପୋଲିସ ମାଡାମ ନୁହେଁ ବରଂ ଅନ୍ୟ ଜଣେ କେହି ମୋବାଇଲ୍‌ରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହୋଇଥିଲା । ଆଉ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ପ୍ରଶଂସା କରିଥିଲେ । ଅନେକ ସେୟାର ଲାଇକ୍‌ ମଧ୍ୟ ହୋଇଥିଲା ।

ମାଲକାନଗିରି ସବ୍‌ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକ । ଲକଡାଉନ୍‌ ଡ୍ୟୁଟି କାଳରେ ସେ ଜଣେ ନିରାଶ୍ରୟ ବୃଦ୍ଧାଙ୍କୁ ରାସ୍ତାକଡ଼ରେ ଦେଖିଥିଲେ । ଲକଡାଉନ୍ କାରଣରୁ ବୃଦ୍ଧା ଜଣକ ଭୋକିଲା ଥିଲେ । ଶୁଭଶ୍ରୀ ତାଙ୍କ ହାଲ ବୁଝିବା ପରେ ଜାଣିବାକୁ ପାଇଥିଲେ ଯେ, ସେ ଭୋକିଲା ଅଛନ୍ତି । ଏହାପରେ ଶୁଭଶ୍ରୀ ସେହି ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇଥିଲେ । ବୃଦ୍ଧାଙ୍କୁ ହାତରେ ଖୁଆଇବା ବେଳର ଭିଡିଓ ସେତେବେଳେ ବେଶ୍‌ ଭାଇରାଲ ହୋଇଥିଲା ।

ଏବେ ସେଇ ଭିଡିଓକୁ ଦେଖି ତେଲୁଗୁଷ୍ଟାର, ମେଗାଷ୍ଟାର ତଥା ଲୋକପ୍ରିୟ ଅଭିନେତା ଚିରଞ୍ଜିବି ସେହି ଯୁବା ପୋଲିସ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି । ମେଗାଷ୍ଟାର ଚିରଞ୍ଜିବି ନିଜେ ଏକ ଭିଡିଓ ପ୍ରସ୍ତୁତ କରି ଟ୍ୱିଟରରେ ଉକ୍ତ ପୋଲିସ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି । ଯାହାକୁ ଅନେକ ସୋସିଆଲ ମିଡିଆ ୟୁଜର ରିଟ୍ୱିଟ୍‌ କରିଛନ୍ତି । ଚିରଞ୍ଜିବିଙ୍କ ଟ୍ୱିଟ୍‌ ପରେ ଏବେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଟିଭି ଚ୍ୟାନେଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply