ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷର ବଜେଟକୁ ମିଳିବ ଅନୁମୋଦନ

1 min read

ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ପାଇଁ ବଜେଟ ଆଗତ କରାଯିବ l ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଅର୍ଥ ସବ କମିଟି ବୈଠକ l ଏହି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିଲା l ଚଳିତ ବର୍ଷ ୩୮୬ କୋଟି ଟଙ୍କାର ବଜେଟ୍ ରହିଛି । ଆଜି ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ କରାଯିବ । ତେବେ ଆଗାମୀ ଦିନରେ ଭକ୍ତ ମାନେ ଯେଭଳି ଗୋଲ୍ଡ ବଣ୍ଡ କିଣି ପାରିବେ ସେନେଇ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ । ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ୍ ଗଠନ ପାଇଁ ମଧ୍ୟ ଆଲୋଚନା ହେବ । ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ଵାରକୁ ରୂପା କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସ୍ଥାପନ ନେଇ ଆଲୋଚନା ହେବ । ରଥଯାତ୍ରାରେ ଆଡପ ପହଣ୍ଡିର ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରାଯିବ ।