ମୁସ୍କାନ ଠାରୁ ସମ୍ପର୍କ ତୁଟାଇଲେ ବାପା-ମା’; କହିଲେ, ତା’ସହ ଆମର କୌଣସି ସମ୍ପର୍କ ନାହିଁ….

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ ମେରଟର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋରଧରିଛି । ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡରୁ ମୁଖ୍ୟ ଆରୋପୀ ମୁସ୍କାନକୁ ଏବେ ତାଙ୍କ ନିଜ ପରିବାର ତରଫରୁ ମଧ୍ୟ କୌଣସି ସାହାରା ମିଳୁନାହିଁ । ବରଂ ତାଙ୍କ ବାପା ମା’ ସ୍ପଷ୍ଟ ଭାବେ କହିଛନ୍ତି କି, ମୁସ୍କାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କି ସେ ତାକୁ ଭେଟିବାକୁ କେବେ ବି ଜେଲକୁ ଯିବେନି ଓ ତା ପାଇଁ କୌଣସି ପ୍ରକାର ଆଇନ ଅନୁଯାୟୀ କେଶ୍ ଲଢିବେ ନାହିଁ । ଅନ୍ୟପଟେ ଜେଲରେ ବନ୍ଦୀଥିବା ମୁସ୍କାନ ନିଜ ପାଇଁ ସରକାରୀ ଓକିଲ ପାଇଁ ଅନୁରୋଧ କରିଛନ୍ତି ।
ଏହି ଘଟଣାକୁ ନେଇ ମୁସ୍କାନର ବାପା ନିଜ ବୟାନରେ କହିଛନ୍ତି କି, ମୁସ୍କାନ ସହ ସବୁ ସମ୍ପର୍କ ସେ ଶେଷ କରିଦେଇଛନ୍ତି । ସେ ତା ପାଇଁ କୌଣସି କେସ୍ ଲଢିବେ ନାହିଁ । ଅନ୍ୟପଟେ ତାଙ୍କ ନିଜ ମା ମଧ୍ୟ ସମାନ ବୟାନ ଦେଇଛନ୍ତି ଏବଂ କହିଛନ୍ତି, ସତ୍ୟ ପାଇଁ କେସ୍ ଲଢାଯାଏ , ଏପରି ଘଟଣା ପାଇଁ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି କି, ସେ ସିନା ମୁସ୍କାନର ପ୍ରକୃତ ମାଆ କିନ୍ତୁ ମୁସ୍କାନ ନିଜ ମାଉସୀ ସହ ଅଧିକ ନିଜର ଭାବେ, ଏଥିପାଇଁ ସେ ତାକୁ ସାବତ ମାଆ ବୋଲି ମାନେ ।
ସୂଚନା ମୁତାବକ, ମୁସ୍କାନ ଜେଲ ପ୍ରଶାସନକୁ ଅନୁରୋଧ କରିଛି କି, ତା କେସ୍ ଲଢିବା ପାଇଁ ସରକାରୀ ଓକିଲ ଦିଆଯାଉ । କାରଣ ତା ପରିବାର ତରଫରୁ ଏପର୍ଯ୍ୟନ୍ତ କେହି ଭେଟିବା ପାଇଁ ଆସିନାହାନ୍ତି କି, କୌଣସି ପ୍ରକାର ଆଇନ ସହାୟତା ମିଳିନାହିଁ । ଅନ୍ୟପକ୍ଷେ, ଜେଲ୍ ପ୍ରଶାସନ ନିୟମାନୁଯାୟୀ ମୁସ୍କାନର ଦାବିକୁ ବିଚାର କରି କୋର୍ଟରେ ସରକାରୀ ଓକିଲ ପାଇଁ ଚିଠି ପଠାଇଛନ୍ତି ।