ହାଇଦର ଫେରାର ନେଇ CPଙ୍କ ଚାଞ୍ଚଲ୍ୟକର ଖୁଲାସା, ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହେବ ହାଜର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସ କମିଶନରଙ୍କ ଚାଞ୍ଚଲ୍ୟକର ଖୁଲାସା । ୧୨୦ ଘଣ୍ଟାର ଅପରେସନ ପରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ଏପ୍ରିଲ ୧୦ ତାରିଖରେ ଚକମା ଦେଇ ଖସି ଯାଇଥିଲା ହାଇଦର । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ସେ ଖସି ଯିବାରେ ସଫଳ ହୋଇଥିଲା । ତେବେ ଫେରାର ପରେ ହାଇଦରର ପୁରୁଣା କଣ୍ଟାକ୍ଟକୁ ଟ୍ରେସ କରିଥିଲା ପୋଲିସ । ସବୁ ଦିଗରୁ ଆରମ୍ଭ ହୋଇଥିଲା ତନାଘନା । ତେବେ ଫେରାର ପଛରେ ସହଯୋଗ କରିଥିଲେ ହାଇଦରର ପୁଅ ଓ ସହଯୋଗୀ ।

ହାଇଦର ତେଲେଙ୍ଗାନାରେ ଥିବା ପୋଲିସକୁ ସୂଚନା ମିଳିବା ପରେ ହାଇଦରକୁ ଧରିବା ପାଇଁ ସହଯୋଗ କରିଥିଲା ତେଲେଙ୍ଗାନା ପୋଲିସ । ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନା ଆଇଆଇସି ତେଲେଙ୍ଗାନା ଯାଇଥିଲେ । ମୋଟର ସାଇକେଲରେ ଯିବା ବେଳେ ହାଇଦରକୁ କାବୁ କରାଯାଇଥିଲା । ୧୫ ତାରିଖ ସଂଧ୍ୟା ୬ଟାରେ ବେଳେ ହାଇଦରକୁ ଗିରଫ କରାଯାଇଥଲା । ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡର ହାଇଦରକୁ ଅଣାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା, ହାଇଦରର ପୁଅ ହାଇଦ୍ରାବାଦରେ କାମ କରୁଥିଲା । ଫେରାର ପଛରେ କେଉଁମାନଙ୍କର ହାତ ଥିଲା ସେନେଇ ତଦନ୍ତ କରିବ ପୋଲିସ ।

ହାଇଦରକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ଫେରାର ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହାଇଦର ଗିରଫ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାକୁ ଓଡ଼ିଶା ଅଣାଯାଇଛି । ଭୁବନେଶ୍ବରରେ ପହଞ୍ଚିବା ପରେ କଡ଼ା ସୁରକ୍ଷାରେ କଯକ ନିଆଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଇଦରକୁ କୋର୍ଟରେ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ ।

Leave a Reply