ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ୱେବସାଇଟ ବ୍ୟତୀତ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍‌ଟ । ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଛି । ଚଳିତ ବର୍ଷ ଏସଏମଏସରେ ବି ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଏନେଇ ଏକ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଛି।  ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬  ପ୍ରତିଶତ ରହିଛି ଯାହା ଗତ ବର୍ଷ ଠାରୁ ଅଧିକ । ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ପାସ ହାର ୭୭.୮ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୮୧.୯୮ ପ୍ରତିଶତ ରହିଛି । ଅନ୍ୟପଟେ ସଂସ୍କୃତ ମିଡିୟମରେ ପାସ ହାର ୯୭.୧୮ ରହିଛି । ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷାରେ ପାସ ହାର ୪୦.୧୮ ପ୍ରତିଶତ ରହିଛି ।  ବିଧିବଦ୍ଧ ଭାବରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବରଗଡ଼ ଜିଲ୍ଲାରେ ଭଲ ରେଜଲ୍ଟ ହୋଇଥିବା ସୂଚନା ରହିଛି । ସେହିଭଳି କଟକ ଜିଲ୍ଲାରେ ୮୪ ପ୍ରତିଶତ ରେଜଲ୍ଟ ହୋଇଛି । ତେବେ ୩୧ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ପାସ କରିନଥିବା ସୂଚନା ରହିଛି ।

କେମିତି ଦେଖିବେ ରେଜଲ୍ଟ:

http://odisha.indiaresults.com/bse-orissa/default.htm

ସକାଳ ୧୧:୩୦ରୁ ବୋର୍ଡର ଦୁଇଟି ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ବୋର୍ଡ ୱେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ନମ୍ବର ଲଗ୍ ଇନ କରି ପରୀକ୍ଷା ଫଳ ଜାଣି ହେବ । ସେହିପରି  OR01 ROLLNO ଟାଇପ କରି ୫୬୭୬୭୫୦କୁ ମେସେଜ କରି ରେଜଲ୍‌ଟ ଜାଣିପାରିବେ ।

ଶିକ୍ଷକ, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ କଟକ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଆଜିଠୁ ଅଗଷ୍ଟ ୧୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ସେହିପରି ୦୬୭୧-୨୪୧୨୦୫୯, ଏବଂ ୦୬୭୧-୨୪୧୨୦୬୦ ଫୋନ ନମ୍ବର ଜାରି କରିଛି ବୋର୍ଡ ।

Leave a Reply