ମାତ୍ର ୭ ଫୁଟ ଦୂରରେ ଏଲିୟନ୍ସ

ନୂଆଦିଲ୍ଲୀ: ଏଲିୟନ୍ସଙ୍କ ଠିକଣା ଖୋଜିବାରେ ଲାଗିଥିବା ବିଶ୍ବର ସମସ୍ତଙ୍କ ବୈଜ୍ଞାନିକଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖରବ । ଆଉ ମାତ୍ର ୭ ଫୁଟ ଦୂରତା । ଏଲିୟନ୍ସଙ୍କ ପାଖରେ ପହଞ୍ଚି ଯିବ ମଣିଷ । ହଟିବ ଏଲିୟନ୍ସଙ୍କ ଅସ୍ତିତ୍ବ ଉପରୁ ପରଦା  ମଙ୍ଗଳ ଗ୍ରହରେ ମିଳିବାକୁ ଯାଉଛି ଏଲିୟନ୍ସଙ୍କ ଠିକଣା । ଆଉ ଏହି ସତକୁ ପଦାକୁ ଆଣିବାକୁ ଯାଉଛି ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପ୍ରରଣ କରାଯାଇଥିବା ମାର୍ସ ରୋଭର୍ସ ।

ଏଲିୟନ୍ସ । ଏମିତି ଏକ ଶବ୍ଦ ଯାହା ପୂରା ମାନବ ସମାଜ ପାଇଁ ଆଜି ବି ରହସ୍ୟ ଭିତରେ ରହିଛି । ବହୁ ସମୟରେ ବହୁ ଲୋକ ଏଲିୟନ୍ସଙ୍କୁ ଦେଖିଥିବା ଦାବି କରିଛନ୍ତି । ଏମିତି କି ଏଲିୟନ୍ସଙ୍କ ଯାନ ତାଙ୍କ ଅଞ୍ଚଳ ଦେଇ ଯାଇଥିବା ଓ ଓହ୍ଲାଇଥିବା ମଧ୍ୟ ବହୁତ ସମୟରେ ଦେବି ହୋଇଛି । ହେଲେ ଏହାର ପ୍ରମାଣ କେବେ ମିଳି ପାରିନି । ଏଲିୟନ୍ସଙ୍କୁ ନେଇ ଏକାଧିକ ଫିଲ୍ମ ମଧ୍ୟ ହୋଇଛି, ଯାହା ସୁପର ଡୁବର ହିଟ୍ ହୋଇଛି । ହେଲେ ଆଜି ଯାଏଁ ଏହି ଏଲିୟନ୍ସ ଆମ ପାଖରେ ରହସ୍ୟ ହୋଇ ରହିଛନ୍ତି । ଯାହା ଉପରୁ ପରଦା ଉଠାଇବାକୁ ଯାଉଛି ନାସାର ମାର୍ସ ରୋଭର୍ସ । ମଙ୍ଗଳ ଗ୍ରହର ୭ ଫୁଟ୍ ତଳୁ ମିଳିବାକୁ ଯାଉଛି ଏଲିୟନ୍ସଙ୍କ ଅସ୍ତିତ୍ବ ।

ଏଲିୟନ୍ସଙ୍କୁ ଖୋଜିବାରେ ବହୁ ଏଜେନ୍ସି ଲାଗିଛନ୍ତି । କିଏ ଏଲିୟନ୍ସଙ୍କ ଫଟୋ ଉଠାଇ ଥିବା ଦାବି କରୁଛି ତ କିଏ ସେମାନଙ୍କ ବ୍ୟବହାର ଜିନିଷ ପାଇଥିବା କହୁଛି । ହେଲେ ସବୁ ଦାବି ସତ ହେବା ଆଗରୁ ଦାବିରେ ରହିଯାଇଛି । ବାସ୍ତବରେ ଏଲିୟନ୍ସ ଅଛନ୍ତି କି ଏହା ଆମର ଏକ କଳ୍ପନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ପେସ୍ ଏଜେନ୍ସି ନାସା ଏଲିୟନ୍ସଙ୍କୁ ନେଇ ଏକାଧିକ ତଥ୍ୟ ଏକାଠି କରିଥିବା ଦାବି କରିଛି । ଏବେ ନାସା ତରଫରୁ ଏହି ନୂଆ ଦାବି କରାଯାଇଛି ଯେ, ମାତ୍ର ୭ ଫୁଟ ଦୂରରେ ରହିଛି ମାର୍ସ ରୋଭର୍ସ ।

ଏଲିୟନ୍ସଙ୍କ ଠିକଣା ମଙ୍ଗଳ ଗ୍ରହ

ନାସାରା ଦାବି ଯଦି ସତ, ମଙ୍ଗଳ ଗ୍ରହରରେ ଏଲିୟନ୍ସ ରହୁଛନ୍ତି । ମାର୍ସ ରୋଭର୍ସକୁ ମଙ୍ଗଳ ଗ୍ରହକୁ ଜୀବନ ସନ୍ଧାନ ପାଇଁ ପଠା ଯାଇଥିଲା । ନାସା ଅନୁସାରେ, ମାର୍ସ ରୋଭର୍ସ ଯଦି ଲାଲ ଗ୍ରହରେ ୭ ଫୁଟ୍ ଖୋଳିବ ତେବେ ଏଲିୟନ୍ସଙ୍କ ପ୍ରମାଣ ମିଳିଯିବ । ପରଗ୍ରହୀ ଜୀବଙ୍କ ଖୋଜିବାରେ ଏମିନୋ ଏସିଡ୍ ବ୍ୟବହାର କରାଯିବ । ଯାହା ପ୍ରୋଟିନ୍ ପ୍ରସ୍ତୁତ ହୋଇଥାଏ । ଏହି ପ୍ରୋଟିନ୍ ସାହାଯ୍ୟରେ ଏଲିୟନ୍ସଙ୍କ ସମ୍ପର୍କରେ ସୂଚନା ମିଳିପାରିବ ।

ଦୁଇ ଇଞ୍ଚ ଖୋଳା ଯାଇଛି ଲାଲ ଗ୍ରହ

ନାସାର ମେରୀଲ୍ୟାଣ୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର ଏ. ପାଓ୍ବଲାବଙ୍କ ଅନୁସାରେ, ମାର୍ସ ରୋଭର୍ସ ବର୍ତ୍ତମାନ ସୁଦ୍ଧା ଦୁଇ ଇଞ୍ଚ ଖୋଳି ସାରିଛି । ଏତିକି ଗଭୀରରେ ଥିବା ଏମିନୋ ଏସିଡ ଶେଷ ହେବାକୁ ପ୍ରାୟ ୨୦ ମିଲିୟନ ବର୍ଷ ଲାଗିବ । ଅର୍ଥାତ, ମଙ୍ଗଳରେ ଯଦି କେବେ ଜୀବନ ଥିବା ଏହା ଶେଷ ହେବାକୁ ଏହି ସମୟ ଲାଗିଥିବ । ଏତେ ବର୍ଷ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ସ୍ପେସରେ ଏହି ସମୟ ପୃଥିବୀ ସମୟ ଅନୁସାରେ ବହୁତ କମ । ନାସ ଦାବି କରିଛି ଆଉ ମାତ୍ର ସାଢେ ୬ ଫୁଟ୍ ଖୋଳିବା ପରେ ଏଲିୟନ୍ସଙ୍କ ସମ୍ପର୍କରେ ସୂଚନା ମିଳିବା ସମ୍ଭବ ହୋଇଯିବ ।