ପ୍ରତିଶ୍ରୁତିକୁ ଭୁଲିଯାଇ ପ୍ରେମିକାକୁ ଧୋକା ଦେଇଥିଲେ, ଏବେ ଜେଲରେ ବାହା ହେଲେ

କଟକ: ପ୍ରଥମେ ଭଲ ପାଇଲେ ତାପରେ ବିବାହର ପ୍ରତଶ୍ରୁତି ଦେଲେ।  କିନ୍ତୁ ସମୟର ସହ ବଦଳି ଯାଇଥିଲା ସବୁକିଛି। ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା। ପ୍ରତିଶ୍ରୁତିକୁ ଭୁଲିଯାଇ ଧୋକା ଦେଥିଲା ପ୍ରରେମିକ। ବାହା ହେବନି ବୋଲି ପ୍ରେମିକାକୁ କହିଥିଲା। ଯାହାପରେ ଅଭିଯୁକ୍ତ ସାଜି ଜେଲକୁ ଯାଇଥିଲା ପ୍ରେମିକ।

କିଛି ଦିନ ଜେଲରେ ରହିଲା ପରେ ନିଜ ଭୁଲକୁ ବୁଝିବା ସହ ଯୁବତୀଙ୍କୁ ବାହା ହେବାକୁ ମନବଳାଇଥିଲା। ଆଉ ଏବେ ଜେଲ ଭିତରେ ପ୍ରେମିକାର ମଥାରେ ସିନ୍ଦୁର ପିନ୍ଧାଇଛି ପ୍ରେମିକ। ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କରିଛି।

ଚୌଦ୍ୱାର ସର୍କଲ ଜେଲରେ ଅଭିଯୁକ୍ତ ବର ଓ ପୀଡିତା କନ୍ୟା ଙ୍କ ଶୁଭବିବାହ ଅନୁଷ୍ଠିତ ହୋଇଛି। ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ପାଈଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିର୍ଦେଶ ଦେଇଥିଲେ।

ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ସ୍ୱେଛାସେବୀ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତରେ ବିଚାରଧୀନ ବନ୍ଦୀ ଅଂଶୁମାନ ମଳିକ ଓ ପୀଡିତା ଚିନ୍ମୟୀ ସେଠୀଙ୍କ ମଧ୍ୟରେ ଶୁଭ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ଜେଲ ବିଭାଗର ବରିଷ୍ଠ ଅଧିକାରୀ।

Leave a Reply