ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ, ଚାରିପଟୁ ସୀମା ସିଲ୍‌ କଲା ପୋଲିସ

1 min read
PLGA

ମାଲକାନଗିରି: ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ସିପିଆାଇ ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଛି ଏହି ସପ୍ତାହ । ଫଳରେ ମାଓ ହିଂସାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟରେ ରଖାଯାଇଛି । ସୀମା ଏବଂ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଜିଲ୍ଲାକୁ ପ୍ରବେଶ କରୁଥିବା ଗାଡି ଗୁଡିକୁ ବିଏସଏଫ୍, ସିଆରପି ଯବାନଙ୍କ ପକ୍ଷରୁ ତନତନ କରି ଯାଞ୍ଚ କରାଯାଉଛି । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।

ଗତବର୍ଷ  ମଧ୍ୟ ମାଓବାଦୀଙ୍କ ପକ୍ଷଣଉ ପିଏଲଜିଏ ସପ୍ତାହ ପାଳନ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ ଅଞ୍ଚଳମାନଙ୍କରେ ବସ୍ ଚଳାଚଳ ବନ୍ଦ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା ।

Maoists Killed 4 Villagers In Praja Court Bijapur Chhattisgarh
FILE Photo

ଗତ ଦୁଇ ବର୍ଷ ପୂର୍ବେ ବିଚ୍ଛିନ୍ନାଞ୍ଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ପଣସପୁଟଠାରେ ଏନକାଉଣ୍ଟରରେ ମାଓନେତ୍ରୀ ମୀନାଙ୍କ ମୃତ୍ୟୁ ହୋଇଥିଲା । ଏହାସହ ସୁନ୍ଦରପାଲ୍ଲୀଠାରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ ଅକ୍ଟୋବରରେ ଜଣେ ମାଓ କମାଣ୍ଡରଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏହାଦ୍ୱାରା ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି । ଏଥିପାଇଁ ରକ୍ତମୁଖା ହୋଇ ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି ସଙ୍ଗଠନ ।

Fire Exchange Between SOG And Maoist, Four Naxal Dead Belghar
File Photo

ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ କମିଟିର ଆମ୍ବାଲା କେଶବ ରାଓଙ୍କ ନେତୃତ୍ୱରେ ସଙ୍ଗଠନ ସୁଦୃଢ଼ କରିବା ଉଦେଶ୍ୟରେ ଲାଲ ସଙ୍ଗଠନ ରହିଛି । ସଙ୍ଗଠନର ସମସ୍ତ ରଣନୀତିକୁ ଉଚିତ ଜବାବ ଦେବା ସହ ଏହାକୁ ବିଫଳ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ସମୟରେ କୁମ୍ବିଂ ଅପରେସନ ସହ ତଲାସୀ ଅଭିଯାନକୁ ବ୍ୟାପକ କରାଯାଉଛି । ପୂର୍ବ ଅପେକ୍ଷା ମାଓ ହିଂସା ରୋକିବାରେ ପୋଲିସ ସଫଳ ହୋଇଛି ।

Leave a Reply