ସଚିନ୍‌ଙ୍କ ମାଆ ଡାକ ଶୁଣି ଭାବବିହ୍ୱଳ ହୋଇଥିଲେ ଲତା ଦିଦି: କହିଥିଲେ ଏଭଳି କଥା..

1 min read

ନୂଆଦିଲ୍ଲୀ: ପରଲୋକଗତ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗସେକରଙ୍କ ସଙ୍ଗୀତ ସହିତ କ୍ରିକେଟ ପ୍ରତି ମଧ୍ୟ ବେଶ ରୁଚି ଥିଲା । ସେ କ୍ରିକେଟ ଓ ଭାରତୀୟ କ୍ରିକେଟ ଟିମ୍‌ର ଜଣେ ବଡ଼ ପ୍ରଶଂସକ ଥିଲେ । କିମ୍ୱଦନ୍ତୀ ଭାରତୀୟ କ୍ରିକେଟ ସଚିନ ତେନ୍ଦୁଲକରଙ୍କ ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ସଚିନ୍ ତେନ୍ଦୁଲକର ଲତା ଦିଦିଙ୍କୁ ମାଆ ବୋଲି ଡାକୁଥିଲେ ।  ୨୦୧୪ରେ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନ ପ୍ରଦାନ ପ୍ରଦାନ କରାଯିବା ପୂର୍ବରୁ ଲତା ମଙ୍ଗେସକର ଏହି ସମ୍ମାନ ନେଇ ଦାବି କରିଆସୁଥିଲେ । ସଚିନ୍ ମଧ୍ୟ ଲତା ଦିଦିଙ୍କ ପ୍ରତି ସାର୍ବଜନୀନ ଭାବେ ତାଙ୍କ ସମ୍ମାନ ପ୍ରକାଶ କରିଛନ୍ତି ।

୨୦୧୦ ଲତା ଦିଦି କହିଥିଲେ ସଚିନ୍ ତାଙ୍କ ପାଇଁ ପ୍ରକୃତ ଭାରତ ରତ୍ନ । ସେ ଯାହା ଦେଶ ପାଇଁ କରିଛନ୍ତି ତାହା ବହୁତ କମ୍ ଲୋକ କରିପାରନ୍ତି । ସେ ଏହି ସମ୍ମାନର ଅଧିକାର ସେ ଆମକୁ ସର୍ବଦା ଗୌରବାନ୍ୱିତ କରିଛନ୍ତି ।

ସଚିନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସେ କହିଥିଲେ ଯେ, ସଚିନ୍ ତାଙ୍କୁ ମାଆ ବୋଲି ସମ୍ୱୋଧନ କରେ । ଏବଂ ମୁଁ ସର୍ବଦା ମାଆ ଭଳି ତାଙ୍କ ପାଇଁ ପ୍ରାର୍ଥନା କରେ । ମୁଁ ସେହି ଦିନ କେବେ ଭୁଲିବି ନାହିଁ, ଯେତେବେଳେ ସେ ମୋତେ ପ୍ରଥମ ଥର ପାଇଁ ମାଆ ବୋଲି ଡାକିଥିଲେ । ମାଆ ଡାକ ମୋତେ ଆଶ୍ଚର୍ଯ୍ୟ କରିଥିଲା । ଏବଂ ତାଙ୍କ ଭଳି ପୁଅ ପାଇଁ ମୁଁ ନିଜକୁ ଧନ୍ୟ ମନେକରିଥିଲି ।

ଯେତେବେଳେ ସଚିନ୍‌ଙ୍କ ବାୟୋପିକ୍ ସଚିନ୍: ଏ ବିଲିୟନ୍ ଡ୍ରମ୍ସ ୨୦୧୭ରେ ରିଲିଜ୍ ହୋଇଥିଲା, ସୋସିଆଲ ମିଡିଆ ଜରିଆରେ ଲତା ମଙ୍ଗେସକର ସଚିନ୍‌ଙ୍କୁ ଶୁଭକାମନା ଜଣାଇଥିଲେ । କ୍ରିକେଟର ମଧ୍ୟ ଖୁବ୍ ବଡ଼ ପ୍ରଶଂସକ ଥିଲେ ଲତା ମଙ୍ଗେସକର । ଇଂଲଣ୍ଡ ବିପକ୍ଷ ୨୩୫ରନ୍‌ର ସ୍କୋର ପରେ ବିରାଟ କୋହଲୀଙ୍କୁ ଏକ ଗୀତ ଡେଡିକେଟ୍ କରିଥିଲେ ଲତା ମଙ୍ଗେସକର ।

Leave a Reply