୭୧ ବର୍ଷୀୟ ମଙ୍ଗଳ ସିଂ, ଆତ୍ମନିର୍ଭର ଭାରତରେ ଜଣେ ଅବହେଳିତ କୃଷକ ବୈଜ୍ଞାନିକ

1 min read

୭୧ ବର୍ଷୀୟ ମଙ୍ଗଳ ସିଂ, ଲଳିତପୁର ଜିଲ୍ଲା ବାର ବ୍ଲକ ଭେଲୋନିଲୋଧ ଗାଁର ରାଜପୁତ ଜମିଦାର ପରିବାରର ସଦସ୍ୟ। ଚାଷୀଙ୍କ ଭିତରେ ବଢିଥିବାରୁ ସେ ଜାଣିଥିଲେ ଚାଷ ପାଇଁ ପାଣି କେତେ ଉପଯୋଗୀ । ଯାହା ତାଙ୍କ ଗାଁ ସମେତ ବୁନ୍ଦେଲଖଣ୍ଡ ଅଞ୍ଚଳର ଅନ୍ୟ ଗାଁ ଗୁଡ଼ିକୁ ଦାରିଦ୍ର୍ୟତା ଆଣି ଦେଇଛି। ଚାଷ ପାଇଁ ପାଣି ପ୍ରମୁଖ ଉପାଦାନ । ଗାଁକୁ ଲାଗି ରହିଥିବା ସଜନମ ନଦୀରେ ଯେତେବେଳେ ପାଣି ଆସେ ସେତେବେଳେ ଏଥିରୁ ପାଣି ଉଠାଇବା ପାଇଁ ବିଜୁଳି କିମ୍ବା ଡିଜେଲ ଆବଶ୍ୟକ ହୁଏ- ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।

ଚାଷୀଙ୍କୁ ଡିଜେଲ ବାବଦରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥଲା । କିନ୍ତୁ ବିନା ବିଜୁଳି ଏବଂ ଡିଜେଲରେ କିଭଳି କେନାଲ ଏବଂ ଝରଣାରୁ ପାଣି ଉଠାଇ ହେବ ତାର ସମ୍ଭାବନା ଖୋଜିଥିଲେ ମଙ୍ଗଲ ସିଂହ । ଚାଷୀଙ୍କୁ ସହାୟତା କରିବାର ଇଚ୍ଛା ମଙ୍ଗଲଙ୍କୁ ଏଭଳି ଭାବିବାକୁ ଖୋରାକ ଦେଇଥିବା ଖୋଦ ମଙ୍ଗଲ କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ପିଲାବେଳେ ପବନରେ ଉଡୁଥିବା କାଗଜ ଚକ୍ରୀ ଖେଳିବାକୁ ଖୁବ ପସନ୍ଦ କରେ । ମୋତେ ଯେତେବେଳେ ୩୦ ବର୍ଷ ହୋଇଥିଲା, ଏହି ଚକ୍ରୀଠାରୁ ହିଁ ମୋତେ ଏହି ଅଭିନବ ଉପାୟ ବିଷୟରେ ଚିନ୍ତା କରିଛନ୍ତି । ମୁଁ ଭାବିବାକୁ ଲାଗିଲି ଯେ ବଡ଼ ଚକ୍ରୀ ବା ଚକଟିଏ ପାଣି ଉଠାଇବାକୁ କାହିଁକି ସକ୍ଷମ ହେବନି ? ’

୧୯୮୬ ଆଡ଼କୁ ମଙ୍ଗଲ ସିଂ ଏକ ଦୁଇ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଦେଶୀ ବବୁଲ କାଠରେ ଚକ ତିଆରି କଲେ। ରିମ୍ ସହ ଖଞ୍ଜା ଯାଇଥିବା ୧୨ଟି କାଠ ପଟା ଦ୍ୱାରା ଏହି ଚକ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ କାଠ ବଦଳରେ ଲୁହା ବ୍ୟବହାର କଲେ। କାରଣ କାଠରେ ଅଧିକ ଖର୍ଚ୍ଚ ହେଉଥିଲା ଏବଂ ପାଣିରେ ରହିବା ଯୋଗୁଁ କାଠ ନଷ୍ଟ ମଧ୍ୟ ହୋଇଯାଉଥିଲା । ଏହା ପରେ ଚକକୁ ଗୋଟିଏ ଷ୍ଟିଲ ସାଫ୍ଟ ଉପରେ ଖଞ୍ଜାଗଲା ଏବଂ ଦୁଇଟି ବିଅରିଂ ଲାଗିଲା। ଚକର ଗତି ବଢାଇବାକୁ ସାଫ୍ଟରେ ଏକ ଗିଅର ବକ୍ସ ଲାଗିଲା। ଗିଅର ବକ୍ସର ଦୁଇଟି ପାର୍ଶ୍ୱ ଥିଲା – ଗୋଟିଏ ପାର୍ଶ୍ୱରେ ଏକ ସେଣ୍ଟ୍ରିଫୁଗାଲ ପଂପ ଲାଗିଥିଲା। ଏହି ପଂପ ୨ କିଲୋମିଟର ପର୍ଯ୍ୟନ୍ତ ପାଇପ୍ ଯୋଗେ ପାଣି ଯୋଗାଇବାକୁ ସକ୍ଷମ। ଅନ୍ୟ ଗୋଟିଏ ପାର୍ଶ୍ୱରେ ପୁଲି ଲାଗିଥିଲା।’’ ୧୯୯୦ ବେଳକୁ ମଙ୍ଗଲ ଏହାକୁ ଆହୁରି ବିକଶିତ କଲେ। କ୍ରସର କିମ୍ବା ଗ୍ରାଇଣ୍ଡର ଭଳି କୃଷି ଯନ୍ତ୍ର ଖଞ୍ଜିବାକୁ ଏଥିରେ ପୁଲି ସଂଯୋଗ କଲେ ।

୧୯୯୮ରେ ବୁନ୍ଦେଲଖଣ୍ଡର ଜଳସଂପଦ ଉପରେ ଏକ ଅଧ୍ୟୟନ କରିଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ଦିଲ୍ଲୀର ଗବେଷକମାନେ ଏହି ଯନ୍ତ୍ରକୁ ଖୁବ୍ ପ୍ରଶଂସା କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଗୋଟିଏ ଟର୍ବାଇନ୍ ତିଆରି କରିବାକୁ ୧.୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଗୋଟିଏ ଅଞ୍ଚଳରେ ୨୦୦ ହେକ୍ଟର ଜମିକୁ ଦୁଇଟି ଟର୍ବାଇନ୍ ଜଳସେଚିତ କରିପାରିବ ଏବଂ ପାଣି ସୁବିଧା ଥିବା ୫୦୦ଟି ସ୍ଥାନରେ ମଙ୍ଗଲଙ୍କ ଟର୍ବାଇନ୍ ଲଗାଇବାକୁ ଯୋଜନା କରିଥିଲେ, ହିସାବ କରାଯାଇଥିଲା ଯେ, ମଙ୍ଗଲଙ୍କ ଟର୍ବାଇନ ସାହାଯ୍ୟରେ ୨୫ ମେଗାୱାଟ୍ ବିଜୁଳି ସହଜରେ ଉତ୍ପାଦନ କରିହେବ ବୋଲି ଗବେଷକମାନେ କହିଥିଲେ ।

ଏହାର ବ୍ୟବହାର ସଂପର୍କରେ ମଙ୍ଗଲ ସଚେତନ ଥିଲେ। ୧୯୯୭ରେ ଦିଲ୍ଲୀ ସ୍ଥିତ ପାଟେଣ୍ଟ ଅଫିସରେ ସେ ଏହାର ପାଟେଣ୍ଟ କରି ନେଇଥିଲେ। ପାଟେଣ୍ଟ ନମ୍ବର ୧୭୭୧୯୦, ନଭେମ୍ବର ୧୩, ୧୯୯୭ ମସିହାର ପାଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କର କଣ୍ଟ୍ରୋଲ ଜେନେରାଲର ଏହାର ପରିଚାଳନା କରିଥାନ୍ତି । କିନ୍ତୁ ଏହା ତାଙ୍କ ଉଦ୍ଭାବନକୁ ଆଗକୁ ନେଇପାରିଲା ନାହିଁ।

ସଫଳତା ପାଇଁ ଏହା ଏକ ପରୀକ୍ଷା ନିରୀକ୍ଷା ଥିଲା ଏବଂ ନିଜ ଖର୍ଚ୍ଚରେ ଏହି ଉଦ୍ଭାବନକୁ ସଂପୂର୍ଣ୍ଣ ବିକଶିତ କରିଥିବା ମଙ୍ଗଲ କହିଛନ୍ତି। ଟର୍ବାଇନ ପ୍ରସ୍ତୁତ କରିବା ପାଇଁ ସେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାଙ୍କର ମନେ ନାହିଁ କି ସେ ରେକର୍ଡ ମଧ୍ୟ ରଖିନଥିବା କହିଛନ୍ତି । ଜଳସେଚନ ପାଇଁ ଦେଶୀ ଟର୍ବାଇନ୍ ନିର୍ମାଣ କରିବାକୁ ତାଙ୍କର ଯେଉଁ ପରିକଳ୍ପନା ଥିଲା, ସେଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ତାଙ୍କୁ ଦଶନ୍ଧି ଦଶନ୍ଧି ଧରି ସଂଘର୍ଷ କରିବାକୁ ପଡ଼ିଥିଲା ।

ପ୍ରାୟ ୧୯୮୮ରେ ପ୍ରଥମ କରି ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରେ ମଙ୍ଗଲ ଏହାର ପ୍ରଚାର କରିଥିଲେ । ଚିଠି ମାଧ୍ୟମରେ ସେ ନିଜ ଉଦ୍ଭାବନକୁ ଲୋକ ଲୋଚନକୁ ଆଣିଥିଲେ । ୧୯୮୮ ରେ ଟର୍ବାଇନକୁ ନେଇ କାପାର୍ଟ ( ଗ୍ରାମ ବିକାଶ ମନ୍ତ୍ରାଳୟର ଦ କାଉନସିଲ ଫର ଆଡ଼ଭାନ୍ସମେଣ୍ଟ ଅଫ ପିପୁଲ୍ସ ଆକ୍ସନ ଆଣ୍ଡ ରୁରାଲ ଟେକ୍ନୋଲୋଜି ) ପ୍ରଥମ କରି ଆଗ୍ରହ ପ୍ରକାଶ କଲା। ମୋ ଗାଁ ଭେଲୋନିଲୋଧରେ ପ୍ରଥମ ଟର୍ବାଇନ୍‌ର ଆଉ ଏକ ବିକଶିତ ମଡେଲ ସ୍ଥାପନ କରିବାକୁ କାପାର୍ଟ ମଙ୍ଗଲଙ୍କୁ ୪୮,୫୦୦ ଟଙ୍କା ପ୍ରଦାନ କରିଥିଲା । ମଙ୍ଗଲ ତାଙ୍କ ପ୍ରଥମ ଟର୍ବାଇନ୍ ଦଶରାରାରେ ତିଆରି କରିଥିଲେ। ଅଧିକ ଚାଷ ଜମି ପାଇଁ ଉପଯୋଗ ହେଲା ଭଳି ପ୍ରାୟ ତିନି କିଲୋମିଟର ଦୂରରେ ଟର୍ବାଇନ୍ ବସିଥିଲା।

ଟର୍ବାଇନ୍ ଦେଖିବାକୁ ଲୋକ ଦୂର ଦୂରାନ୍ତରରୁ ଆସୁଥିଲେ । ଆଇଆଇଟି ରୁର୍‌କିସ୍ଥିତ ଅଲଟରନେଟ୍ ହାଇଡ୍ରୋ ଏନର୍ଜୀ ସେଣ୍ଟର ଏବଂ ଦିଲ୍ଲୀର ଏନର୍ଜୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଟିଇଆର) ପକ୍ଷରୁ ଏହି ଟର୍ବାଇନ୍‌କୁ ଅନୁଧ୍ୟାନ କରାଯାଇଥିଲା ଏବଂ ପ୍ରଶଂସା ମଧ୍ୟ କରାଯାଇଥିଲା। ଆଉ କେତୋଟି ଟର୍ବାଇନ୍ ନିର୍ମାଣ କରିବାକୁ ମଙ୍ଗଲଙ୍କୁ କାପାର୍ଟ କାର୍ଯ୍ୟାଦେଶ ଦେଇଥିଲା ।

କିନ୍ତୁ ଠିକ୍ ପରେ ପରେ ଏହାକୁ ନେଇ ଦୁର୍ନୀତି ଆଉ ଶୋଷଣ ଆରମ୍ଭ ହୋଇଗଲା । ସରକାରୀ ସଂସ୍ଥାଗୁଡ଼ିକ ଅଳ୍ପ ବଜେଟ୍‌ର ପ୍ରକଳ୍ପ ଦେବା ସହ କିସ୍ତି ପ୍ରଦାନ ବନ୍ଦ କରିଦେଲେ। ଟର୍ବାଇନ୍ ପୂରା କରିବାକୁ ଯେତେବେଳେ ମଙ୍ଗଲ ନିଜସ୍ୱ ଅର୍ଥ ଖର୍ଚ୍ଚ କଲେ ସେତେବେଳେ ଟିମ୍ ପଠାଇ ଏହାକୁ ବିରୋଧ କରାଗଲା । ଏଟା କର ସେଟା କର ଏବଂ କ୍ୟାସ୍ ବୁକ୍ ଦାଖଲ କରିନ କହି ମଙ୍ଗନଙ୍କ ଉପରେ ଚାପ ପକାଗଲା । ମଙ୍ଗଲ ଏକାକୀ ଏହାର ଉଦ୍ଭାବକ, ଏନଜିଓ ନୁହେଁ । ତେଣୁ କୌଣସି କାର୍ଯ୍ୟାଳୟ ଭଳି କର୍ମଚାରୀଙ୍କୁ ନେଇ କାମ କରିପାରିବେନି ବୋଲି ମଙ୍ଗଲ କହିଥିଲେ । ଏସବୁ ଜଣଆଇବା ପରେ ମଧ୍ୟ ଶୋଷଣ କମିନଥିଲା ।

ଏହାର ବହୁ ଦିନ ପରେ, ୨୦୧୦-୧୧ ମସିହାରେ ମଙ୍ଗଲଙ୍କ ଅଭିଯୋଗ ଉପରେ ଅନୁଧ୍ୟାନ କରିବାକୁ ଗ୍ରାମ ବିକାଶ ମନ୍ତ୍ରାଳୟ ବି.ପି. ମୈଥାନୀଙ୍କୁ ନିଯୁକ୍ତି ଦିଆଗଲା । ମଙ୍ଗଲ ସିଂଙ୍କୁ କାର୍ଯ୍ୟାଦେଶ ମିଳିଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ସେ ଆଲୋଚନା କଲେ ଏବଂ ଅବହେଳା ଓ ସରକାରୀ ଫାଇଲ୍ ସଂପର୍କିତ ତଥ୍ୟ ହାସଲ କଲେ। ବିଭିନ୍ନ ଗାଁରେ ସ୍ଥାପନ କରିବାକୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ଡିଷ୍ଟ୍ରିକ୍ଟ ରୁରାଲ ଡେଭଲପମେଣ୍ଟ ଏଜେନ୍ସିଜ୍ (ଡିଆରଡିଏ) ଏବଂ କାପାର୍ଟ ଏହି ସବୁ ପ୍ରକଳ୍ପ ମଞ୍ଜୁର କରିଥିଲେ। ଅଧିକାଂଶ ପ୍ରକଳ୍ପ ମଙ୍ଗଲ ସିଂ ପୂରା କରିପାରି ନଥିଲେ ଏବଂ ଏହାର କାରଣ ବିଭିନ୍ନ ବାଧା ସୃଷ୍ଟି କରାଯାଇବା ଏବଂ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇ ନଥିବା ମୈଥାନୀ କହିଥିଲେ ।

ଏସମସ୍ତ ବାଧାବିଗ୍ନ ସତ୍ତ୍ୱେ ମଙ୍ଗଲ କାମ ଜାରି ରଖିବାକୁ ଚାହୁଁଥିଲେ। କିନ୍ତୁ ସମ୍ବଳ ଯୋଗାଇବା ସହଜ ହେଲା ନାହିଁ । ସେ ଅସଂଖ୍ୟ ଚିଠି ଲେଖିଲେ ଏବଂ ବହୁ ଉଦ୍ୟମ ପରେ ମଧ୍ୟ ଫାସ୍ ତାଲିକାରୁ ତାଙ୍କୁ ବାଦ୍ ଦିଆଗଲା। ଏହା ପରେ ସେ ୨୦୦୧ ମସିହାରେ କାପାର୍ଟରୁ ଆଉ ଏକ ପ୍ରକଳ୍ପ ପାଇବାକୁ ସକ୍ଷମ ହେଲେ। ଭେଲୋନିଲୋଧଠାରୁ ୩.୫ କିଲୋମିଟର ଦୂର ସଜନମ୍ ନଦୀର କାଞ୍ଜିଘାଟରେ ୫ଟି ଟର୍ବାଇନ୍ ବସାଇବାକୁ ତାଙ୍କୁ କାର୍ଯ୍ୟାଦେଶ ମିଳିଲା। ୨୦୦୧ ପୂର୍ବରୁ ସେଠାରେ ସେ ଗୋଟିଏ ଟର୍ବାଇନ୍ ସ୍ଥାପନ କରି ସାରିଥିଲେ। ପାଞ୍ଚଟି ଉପଯୁକ୍ତ ସ୍ଥାନ ନିରୂପଣ କରିବା ସହ ଆଡି ବନ୍ଧ ନିର୍ମାଣ, ଟର୍ବାଇନ୍ ବସାଇବା ଏବଂ ଏହାର ରକ୍ଷଣାବେକ୍ଷଣ କରିବାକୁ କାର୍ଯ୍ୟାଦେଶ ମିଳିଲା। କିନ୍ତୁ ଏହି ନୂଆ ପ୍ରକଳ୍ପ ମଧ୍ୟ ସମାନ ବିବାଦରେ ଫସିଲା।

ମୈଥାନୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରକଳ୍ପର ବ୍ୟୟ ବରାଦ ଥିଲା ୧୬.୮ ଲକ୍ଷ ଟଙ୍କା। କିନ୍ତୁ ୨୦୦୩-୨୦୧୧ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲା। ବକେୟା ଅର୍ଥ ପାଇଁ ଯେତେବେଳେ ମଙ୍ଗଲ ଅନୁରୋଧ କଲେ, ପରବର୍ତ୍ତୀ ମଞ୍ଜୁରୀ ପାଇଁ କାପାର୍ଟ ତାଙ୍କୁ ସର୍ତ୍ତମୂଳକ ଭାବେ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଅଗ୍ରଗତି ସଂପର୍କିତ ରିପୋର୍ଟ ଏବଂ ଟଙ୍କାର ଅଡିଟ୍ ତଥ୍ୟ ମାଗିଲା।

୨୦୦୦ ମସିହାର ଆରମ୍ଭରେ କାଞ୍ଜି ଘାଟରେ ନିର୍ମାଣାଧିନ ଟର୍ବାଇନ୍ ଆଉ ଆଗକୁ ବଢିପାରିଲା ନାହିଁ। ଏହାର କାରଣ ସଂପର୍କରେ ମୈଥାନୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଟର୍ବାଇନଟିକୁ ବିରୋଧୀଙ୍କ ଦ୍ୱାରା ନଷ୍ଟ କରାଯାଇଥିଲା, ମଙ୍ଗଲଙ୍କ ଦ୍ୱାରା ବସା ଯାଇଥିବା ଅନେକ ଟର୍ବାଇନ୍ ଏବଂ ପାଇପ୍ ଲାଇନ୍ ନଷ୍ଟ ହୋଇ ଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ମଙ୍ଗଲ ଟର୍ବାଇନ୍ ୱାର୍କସପ୍‌ର ଜଣେ ପୂର୍ବତନ ସୁପରଭାଇଜର, ସ୍ଥାନୀୟ ପ୍ରଶାସନର ସମର୍ଥନରେ କାଞ୍ଜିଘାଟର ତଳମୁଣ୍ଡରେ ନିଜ ଟର୍ବାଇନ୍ ବସାଇଥିଲେ। ସମାନ ଜାଗାରେ ଆଉ ଏକ ଟର୍ବାଇନ୍ ସ୍ଥାପନ କରିବାରୁ ମଙ୍ଗଲ ଟର୍ବାଇନ୍‌ର ଯନ୍ତ୍ରାଂଶ ପାଣିରେ ବୁଡି ଯାଇଥିଲା।

୧୯୮୬ରୁ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ୫୦ଟି ଟର୍ବାଇନ୍ ବସାଇବାରେ ସିଂ ସହାୟତା କରିଥିବା ହିସାବ ରଖିଛନ୍ତି। ଏଥିରୁ ଅଧିକାଂଶ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କିଛିଟା ଗୁଜରାଟରେ ବସିଛି। ସବୁଗୁଡ଼ିକର କାର୍ଯ୍ୟାଦେଶ କେବଳ କାପାର୍ଟ ଦେଇ ନଥିଲା, କେତେକ ଏନଜିଓ ଏବଂ ଡିଷ୍ଟ୍ରିକ୍ଟ ରୁରାଲ ଡେଭେଲପମେଣ୍ଟ ଏଜେନ୍ସି ଦେଇଥିଲେ।

ସବୁ ଟର୍ବାଇନ ରକ୍ଷଣାବେକ୍ଷଣ ଏବଂ ତତ୍ୱାବଧାନ ଆବଶ୍ୟକ କରୁଥିଲା। କିନ୍ତୁ ମଙ୍ଗଲଙ୍କ କହିବାନୁଯାୟୀ, ଏ ସବୁ ଅର୍ଥ ଏବଂ ସରକାରୀ କଳ ସହ ଦୀର୍ଘ ସଂଘର୍ଷ କରୁଥିଲେ। ବ୍ୟବହାର ଏବଂ ମରାମତି ନହେବାରୁ ଟର୍ବାଇନଗୁଡ଼ିକ ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା। କିଛି ବର୍ଷ ପରେ ଆଉ ନୂଆ ଟର୍ବାଇନ୍ ବସିପାରିଲା ନାହିଁ।

ଦଶରାରାରେ ଲାଗିଥିବା ପ୍ରଥମ ମଙ୍ଗଳ ଟର୍ବାଇନଟି ପ୍ରାୟ ଦୁଇ ଦଶନ୍ଧି ଧରି କାର୍ଯ୍ୟକ୍ଷମ ଥିଲା। ଏହାର ପାଇପ୍ ଏବଂ ଯନ୍ତ୍ରାଂଶ ଗୁଡ଼ିକ ଚୋରି ହୋଇଗଲା ଏବଂ କାଢି ନିଆଗଲା। ମଙ୍ଗଲଙ୍କ ପାଇଁ ଏହା ଏକ ଅତ୍ୟନ୍ତ କଷ୍ଟକର ସମୟ ଥିଲା, ଟର୍ବାଇନ୍‌ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ନଥିଲା । ମୌଳିକ ଭାବେ ଯାହା ତିଆରି କରିଥିଲେ ତାର ରକ୍ଷଣାବେକ୍ଷଣ ଏବଂ ବିକାଶ ପରିବର୍ତ୍ତେ ଅନାବଶ୍ୟକ ସରକାରୀ ପ୍ରକ୍ରିୟା, ବିଧି ବ୍ୟବସ୍ଥା ଏବଂ ଟଙ୍କା ଯୋଗାଡ଼ କରିକରି ସେଶକ୍ତହୀନ ହୋଇପଡ଼ିଲେ ।

ତେବେ ଏହି କ୍ଷତିକୁ ବର୍ତ୍ତମାନ ଗ୍ରାମବାସୀମାନେ ଖୁବ୍ ଅନୁଭବ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏବେ ଡିଜେଲ ପମ୍ପ ମାଧ୍ୟମରେ ଜମିରେ ପାଣି ମଡାଇବାକୁ ପ୍ରାୟ ୫୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି । ଦିନ ଥିଲେ ଏହାପାଇଁ ମୁଁ ଟଙ୍କାଟିଏ ବି ଖର୍ଚ୍ଚ କରୁନଥିଲି । ଏଥିସହ ଚାଷରୁ ଯାହା ଆୟ ହେଉଛି ତାହା ଦଶରାରା ଏବଂ ଭେଲୋନିଲୋଧର ଅନେକ ଚାଷୀଙ୍କୁ ଚାଷ ଛାଡିବାକୁ ବାଧ୍ୟ କରୁଛି।

ମୈଥାନୀ ରିପୋର୍ଟରେ ଉଲ୍ଲେଖ ଦାବିକୁ ନେଇ ମଙ୍ଗଲ ସିଂ ଆଶାବାଦୀ। ଟର୍ବାଇନଗୁଡ଼ିକର ପୁନରୁଦ୍ଧାର, ତାଙ୍କ ବିରୋଧରେ ଲାଗିଥିବା ଆରୋପ ପ୍ରତ୍ୟାହାର ଏବଂ ରଦ୍ଦ କରିଥିବା ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପୁନଃ ଚାଲୁ କରିବା ସହ ସମାଜର ବିକାଶ ନିମିତ୍ତ ତାଙ୍କର ଉଦ୍ଭାବନ ଏବଂ ଅବଦାନ ପାଇଁ ପୁରସ୍କୃତ କରିବାକୁ ରିପୋର୍ଟରେ ଦାବି କରାଯାଇଛି। ତେବେ ଏହି ସୁପାରିଶକୁ କାପାର୍ଟ ଅଗ୍ରାହ୍ୟ କରିଦେଇଛି। କିନ୍ତୁ ମଙ୍ଗଲ ଆଶା ଛାଡି ନାହାନ୍ତି। ସେ ସୁପ୍ରିମକୋର୍ଟରେ କାପାର୍ଟ ବିରୋଧରେ ମାମଲା ଚଳାଇଛନ୍ତି। ଇତି ମଧ୍ୟରେ ବୁନ୍ଦେଲଖଣ୍ଡର ଶୁଷ୍କ ଜମିରେ ନିଶ୍ଚଳ ହୋଇଯାଇଥିବା ସେହି ଚକଗୁଡ଼ିକ ପୁଣି ଘୂରିବା ଆରମ୍ଭ କଲାଣି। ଏଗୁଡ଼ିକର ଗିଅର କିନ୍ତୁ ଆଉ ଶକ୍ତି ପ୍ରଦାନ କରି ପାରୁନି ।

 

Leave a Reply