ଶର୍ମିଷ୍ଠା, ନିରଞ୍ଜନଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଆଜି କ୍ରାଇମସିନ୍ ରିକ୍ରିଏସନ କରିପାରେ ପୋଲିସ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ପ୍ରଶ୍ନ ବାଣରେ ଘାଇଲା ହେଉଛି ଲେଡି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ । ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୋଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।

ଏହାସହ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିପାରେ ପୋଲିସ । ଗତକାଲି ଅପରାହ୍ନ ଗୋଟାଏରୁ ରାତି ୪ଟା ପର୍ଯ୍ୟନ୍ତ ଶର୍ମିଷ୍ଠାଙ୍କୁ ଝାଳବୁହା ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସ୍ପେଶାଲ ଇଣ୍ଟରଗେସନ ରୁମରେ ଜେରା ପରେ ଅଭିଯୁକ୍ତମାନଙ୍କ ହାବଭାବ କେମିତି ରହୁଛି, ଇଣ୍ଟରଗେସନ ରୁମ୍ ବାହାରୁ ନଜର ରଖୁଛି ଟିମ । ୪ ଅଭିଯୁକ୍ତଙ୍କୁ କ୍ରସ ଇଣ୍ଟରୋଗେସନ କରୁଛି ଟିମ୍ । ହତ୍ୟା ପୂର୍ବରୁ ସାଧା କାଗଜରେ ମାନସଙ୍କ ହତ୍ୟାକାରୀ ନେଇଥିଲେ ଦସ୍ତଖତ । ଫେବୃୟାରୀ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ଖସିବା ପାଇଁ କରିଥିଲେ ରଣନୀତି ।

ମାନସଠାରୁ ଚିପ୍ ନେଇ ମାନସଙ୍କୁ ଛାଡି ଦେଇଛି ବୋଲି ଅଣ୍ଡରଟେକିଂ ଲେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । କିନ୍ତୁ ଅଣ୍ଡରଟେକିଂ ମାନସ ଲେଖିନଥିଲେ । ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଯାଞ୍ଚରେ ଧରା ପଡ଼ିବା ଭୟରେ ଦୁଇ ଜଣଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡରଟେକିଂ । ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଂ ଲେଖିଥିଲେ ଝୁନା । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଭଳି ସାଂଘାତିକ ସତ । ଅଣ୍ଡରଟେକିଂରେ କାହାର ଲେଖା ରହିଛି ଏଥିପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୋଲିସ ।