ବଡ଼ ଭାଇ ରାଜି ନହେବାରୁ ସାନ ଭାଇ ଧରିବ ହାତ

ଉତ୍ତରପ୍ରଦେଶ: ହରଦାଇର ଶାହାବାଦ ଅଞ୍ଚଳରେ ଜଣେ ଯୁବକ ଯୁବତୀଙ୍କୁ ନିକାହ ( ବିବାହ ) କରିବାର ପ୍ରତିଶ୍ରୁତି ଦେଇ ଶରିରୀକ ସମ୍ପର୍କ ରଖିଆସୁଥିଲେ । ହେଲେ କିଛି ଦିନ ପରେ ଯୁବକ ଜଣଙ୍କ ବିବାହ ପାଇଁ ମନା କରିଦେଇଥିଲେ  । ଏହା ପରେ ଚିନ୍ତାରେ ପଡ଼ିଯାଇଥିଲେ ଯୁବତୀ । ପୀଡ଼ିତ ଯୁବତୀ ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବା ସହ ବିବାହ ନେଇ ଚାପ ପ୍ରୟୋଗ କରିବା ଆରମ୍ଭ କଲେ ।  ହେଲେ ଏ ସବୁ ସତ୍ତ୍ୱେ ଯୁବକ ଜଣଙ୍କ ବିବାହ ପାଇଁ ରାଜି ହୋଇନଥିଲା । ଏଭଳି ପରିସ୍ଥିତିରେ ଦିନକୁ ଦିନ ପୋଲିସ ଓ ପରିବାର ଲୋକଙ୍କ ପକ୍ଷରୁ ଚାପ ବଢ଼ିବାରେ ଲାଗିଥିଲା । ଏଣୁ ବଡ଼ ଭାଇ ବଦଳରେ ସାନ ଭାଇ ବିବାହ ପାଇଁ ରାଜି ହୋଇଥିଲା ।

ଆପୋଷ ବୁଝାମଣା ଭିତ୍ତିରେ ୨ ଦିନ ପରେ ଉଭୟଙ୍କ ବିବାହ ନେଇ ସ୍ଥିର ହୋଇଛି । ଶାହାବାଦ ଥାନା ଅଞ୍ଚଳରେ  ନାଜବୀର ନିଜ ମାଉସୀ ପୁଅ ଭାଇ ସହ ସମ୍ପର୍କ ଗଢ଼ି ଉଠିଥିଲା । ଯୁବକ ଜଣଙ୍କ ଜଙ୍ଗଲିଆ ମୋହଲ୍ଲେର ବାସିନ୍ଦା । ନଇମ ଶନିବାର ତାହା ସହ ବିବାହ ପାଇଁ ମନା କରିଦେଇଥିବାରୁ ଯୁବତୀ ଜଣଙ୍କ ଥାନାର ଆଶ୍ରୟ ନେଇଥିଲେ  । ଏହା ପରେ ପରିସ୍ଥିତିକୁ ଆଖି ଆଗରେ ରଖି ସାନ ଭାଇ ବିବାହ ପାଇଁ ରାଜି ହୋଇଥିଲେ  ।

Leave a Reply