ମମତା କହିଲେ, ଟିଏମସିର ନୂଆ ଫୁଲଫର୍ମ ହେଉଛି ଟେମ୍ପଲ-ମସ୍କ-ଚର୍ଚ୍ଚ

1 min read

ପାନାଜୀ: ଆମ ଦେଶରେ ଧର୍ମକୁ ନେଇ ରାଜନୀତି ହୁଏ । ସମ୍ପଦ୍ରାୟକୁ ଲକ୍ଷ୍ୟ କରି ଭୋଟ୍ ମାଗନ୍ତି ନେତା । ହିନ୍ଦୁତ୍ୱକୁ ନେଇ ରାଜନୀତିର ଅଙ୍କ ଆଙ୍କୁଥିବା ବିଜେପି ଅନେକ ଥର ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ କହିଛି । ଗୋଆରେ ବିଜେପିକୁ ଏହାର ଜବାବ ଦେଇଛନ୍ତି ମମତା । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମମତା ବତାଇଛନ୍ତି ଟିଏମସିର ଅର୍ଥ । ଟି- ‘ଟେମ୍ପୁଲ’ ମନ୍ଦିର, ଏମ୍- ‘ମସ୍କ’ ମସଜିଦ୍ ଓ ସି- ‘ଚର୍ଚ୍ଚ’ ଗିର୍ଜାଘର ।

Mamata Banerjee Describes TMC Means Temple Mosque Church

ତିନିଦିନିଆ ଗୋଆ ଗସ୍ତରେ ଗୁରୁବାର ପହଞ୍ଚିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ତାଙ୍କ ଦଳ ଭୋଟ୍ ବାଣ୍ଟିବାକୁ ନୁହେଁ ବରଂ ରାଜ୍ୟକୁ ମଜଭୁତ୍ ଓ ଆତ୍ମନିର୍ଭର କରିବାକୁ ଗୋଆରେ ନିର୍ବାଚନ ଲଢ଼ୁଛି । ମମତା କହିଛନ୍ତି, ରାଜ୍ୟର ଶାସନ ଦିଲ୍ଲୀରୁ ଚଳିବ ନାହିଁ । ଟିଏମସି ଲୋକଙ୍କୁ ଧାର୍ମିକ ଆଧାରରେ ବାଣ୍ଟିବ ନାହିଁ । ହିନ୍ଦୁ ହୁଅନ୍ତୁ କି ମୁସଲମାନ ଅଥବା ଖ୍ରୀଷ୍ଟିୟାନ୍ । ଗୋଆର ସମସ୍ତ ୪୦ ବିଧାନସଭା ଆସନରେ ଟିଏମସି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି ।

ଗୋଆ ଗସ୍ତରେ ଥିବା ମମତା ଅଭିଯୋଗ କହିଛନ୍ତି, ବିଜେପି ତାଙ୍କ ପୋଷ୍ଟର ଓ ବ୍ୟାନରକୁ ହଟାଇ ଦେଇଛି । ସେହିଭଳି ଭାରତର ଲୋକ ଗେରୁଆ ଦଳକୁ ହଟାଇ ଦେବେ । ସେ କହିଛନ୍ତି, ‘ଯେବେ ମୁଁ ଗୋଆ ଆସୁଛି, ମୋ ପୋଷ୍ଟର ନଷ୍ଟ କରି ଦିଆଯାଉଛି । ଆପଣଙ୍କୁ ଭାରତରୁ ହଟାଇ ଦିଆଯିବ ।’

Leave a Reply