spot_img

Latest Posts

ପୁଣି ଚନ୍ନୀଙ୍କୁ ସିଦ୍ଧୁଙ୍କ ଟାର୍ଗେଟ, ଡ୍ରଗ୍ସ ରିପୋର୍ଟ ଜାରି ନକଲେ ଆମରଣ ଅନଶନ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତସିଂହ ସିଦ୍ଧୁ ଏବଂ ସିଏମ ଚରଣଜୀତ ସିଂହ ଚନ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ । ସିଦ୍ଧୁ ଚେତାବନୀ ଦେଇଛନ୍ତି ଯେ, ଯଦି ଡ୍ରଗ୍ସ ରିପୋର୍ଟ ଜାରି ନକରାଯାଏ ତେବେ ସେ ନିଜ ସରକାର ବିରୋଧରେ ଆମରଣ ଅନଶନରେ ବସିବେ ।

ସିଦ୍ଧୁ ଏକ ରାଲି କଲା ବେଳେ କହିଛନ୍ତି ଯେ, ପଞ୍ଜାବର ଲକ୍ଷ ଲକ୍ଷ ଯୁବକ ଡ୍ରଗ୍ସ ନେଇ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଏବେ ଡ୍ରଗ୍ସର ଇଞ୍ଜେକସନ ନେଉଛନ୍ତି । ପଞ୍ଜାବରେ ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ୁଥିବା ଡ୍ରଗ୍ସର ନିଶା ଏବଂ କାରବାର ଦେଖି କହିଛନ୍ତି ଯେ, ଯଦି ନିଶା ଏବଂ ଡ୍ରଗ୍ସ ସହ ଜଡ଼ିତ ରିପୋର୍ଟ ସରକାର ସାର୍ବଜନୀନ ନକରନ୍ତି ତେବେ ସେ ଆମରଣ ଅନଶନରେ ବସିବେ ।

ନିଶା କାରଣରୁ ଯୁବ ପିଢ଼ୀ ନଷ୍ଟ ହେବାକୁ ଯାଉଛନ୍ତି ଏବଂ ଲୋକମାନେ ରାଜ୍ୟ ଛାଡୁଛନ୍ତି ବୋଲି ସିଦ୍ଧୁ କହିଛନ୍ତି। ଏପରି ପରିସ୍ଥିତିରେ, ଯଦି ଲୋକମାନେ ପଞ୍ଜାବ ଛାଡନ୍ତି, ତେବେ ଟଙ୍କା କେଉଁଠୁ ରାଜକୋଷକୁ ଆସିବ ଏବଂ ବଡ ଡାକ୍ତରଖାନା ଏବଂ ଝିଅମାନଙ୍କ ପାଇଁ କଲେଜ କେଉଁଠାରୁ ନିର୍ମାଣ ହେବ । ଏହାପୂର୍ବରୁ ଚନ୍ନୀ ଏବଂ ସିଦ୍ଧୁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ କଳହ ଲାଗି ରହିଥିଲା । ସମ୍ପ୍ରତି କାରତାରପୁର କରିଡର ଖୋଲିବା ପରେ ଯେତେବେଳେ ଚନ୍ନୀ ପ୍ରତିନିଧୀଙ୍କ ସହ ଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ସିଦ୍ଧୁ ସେହି ପ୍ରତିନିଧୀ ଦଳରେ ଅନ୍ତର୍ଭୁକ୍ତ ହୋଇନଥିଲେ। ସିଦ୍ଧୁ ଏହା ଉପରେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ।

ଏଥି ସହିତ, ପରିସଂଖ୍ୟାନ ଅନୁଯାୟୀ, ବିଶ୍ୱରେ ଡ୍ରଗ୍ସ ହେତୁ ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ମୃତ୍ୟୁ ହେଉଛି ଏବଂ ଗତ ତିନିବର୍ଷ ମଧ୍ୟରେ ଭାରତରେ ଡ୍ରଗ୍ସର ବଜାର ୪୫୫ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଦେଶର ୨.୧ ପ୍ରତିଶତ ଲୋକ ଡ୍ରଗ୍ସ ଖାଉଛନ୍ତି, ଯେଉଁଥିରେ ମିଜୋରାମ ପ୍ରଥମ, ପଞ୍ଜାବ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ପ୍ରାୟ ଏକ କୋଟି ୩ ଲକ୍ଷ ଲୋକ ଗଞ୍ଜେଇ କିମ୍ବା ଚରସ ଖାଇଥା’ନ୍ତି । ସିକ୍କିମରେ ସର୍ବାଧିକ ନିଶା ସେବକ ଅଛନ୍ତି ।

Latest Posts

Don't Miss