ନିଜ ବାହାଘରରେ ନାଚିଲା ବର,ବାହାଘର ଭାଙ୍ଗିଲେ କନିଆଁ

ନନ୍ଦିଘୋଷ ବ୍ୟୁରୋ: ବାହାଘରରେ ଧୁମ ନାଚନ୍ତି ବରଯାତ୍ରୀ । ଧୂଳି ଉଡ଼ାଇ ବିବାହର ମଜା ନେଇଥାନ୍ତି । କିନ୍ତୁ ନିଜ ବାହାଘରରେ ନିଜେ ନାଚିବା ବର ପାଇଁ ପଡ଼ିଛି ମହଙ୍ଗା । ନିଜ ବାହାଘରରେ ନାଚିଥିବା ବରର ବାହାଘର ଭାଙ୍ଗି ଯାଇଛି । କନିଆଁ ବରର ନାଚ ଦେଖିବା ପରେ ବାହାଘର ଭାଙ୍ଗି ଦେଇଛି । ଉତ୍ତରପ୍ରଦେଶର ମେନପୁରି ଜନପଦ ଅଞ୍ଚଳରୁ ଆସିଛି ଏଭଳି ଖବର ।  ବରଯାତ୍ରୀ ଧୁମ ନାଚି ନାଚି କନିଆଁ ଘରେ ପହଞ୍ଚିଥିଲେ । ଝିଅ ଘର ପକ୍ଷରୁ ସ୍ବାଗତ ମଧ୍ୟ କରାଯାଇଥିଲା ।

କିଛି ସମୟ ମଧ୍ୟରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଜୟମାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାଙ୍ଗମାନଙ୍କ ସହ ଧୁମ ନାଚିଥିଲେ ବର । ଯାହାକୁ ଦେଖିବା ପରେ ରାଗି ଯାଇଥିଲେ କନିଆଁ । ବର ମଦ ପିଇ ନାଚୁଥିବା କନିଆଁ ଅଭିଯୋଗ କରିଛନ୍ତି । ପ୍ରଥମେ ସେ ତାଙ୍କ ମାଆଙ୍କୁ କହିଥିଲେ । ପରେ ବିବାହ କରିବାକୁ ସିଧା ସିଧା ମନା କରିଥିଲେ । ମଦୁଆ ବର ସହ ରହିବେନି ବୋଲି ସମସ୍ତଙ୍କ ସାମନାରେ କହିଥିଲେ । ଉପସ୍ଥିତ ଅତିଥୀମାନେ ତାଙ୍କୁ ବହୁ ବୁଝାସୁଝା କରିଥିଲେ । କିନ୍ତୁ ନିଜ ଜିଦରେ ଅଟଳ ରହିଥିଲେ କନିଆଁ । ଶେଷରେ ବରଜଣକ ଶିଶୁପାଳହୋଇ ଘରକୁ ଫେରିଥିଲେ ।