ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛି: ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ: ଏବେ ଆଉ ରାଜ୍ୟପାଳ ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ଗତ ଦିନରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ଭଗତ ସିଂହ କୋଶ୍ୟାରୀ । ଏବେ ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ।

ଭଗତ ସିଂ କୋଶ୍ୟାରୀ ସୋମବାର କହିଛନ୍ତି, ମୁଁ ପିଏମ ମୋଦୀଙ୍କୁ ନିଜର ସମସ୍ତ ରାଜନୌତିକ ଦାୟିତ୍ୱରୁ ମୁକ୍ତ ହେବାର ଇଚ୍ଛା ସମ୍ପର୍କରେ ଅବଗତ କରାଇଛି । ପ୍ରକାଶଯୋଗ୍ୟ, କୋଶ୍ୟାରୀ ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ବୟାନ ପରେ ହିଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ଅମିତ ଶାହଙ୍କୁ ପଚାରିଥିଲେ ଯେ ସେ ହିଁ କୁହନ୍ତୁ ଯେ ସେ ଏବେ କରିବେ କଣ?

ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିଜର ଇଚ୍ଛା ସହ ଅବଗତ କରାଇଛନ୍ତି । କୋଶ୍ୟାରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଏବଂ ତାଙ୍କୁ ସୂଚିତ କରିଛନ୍ତି ଯେ ସେ ଏବେ ସମସ୍ତ ରାଜନନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ରାଜଭବନ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ରାଜ୍ୟପାଳ କୋଶ୍ୟାରୀ ନିଜର ବାକି ଜୀବନ ପଢ଼ିବା, ଲେଖିବା ଏବଂ ଅନ୍ୟ କାର୍ଯ୍ୟରେ ବିତାଇବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି ।