ଓବେସୀଙ୍କୁ ରାମନାମ ଜପିବାକୁ କାହିଁକି କହିଲେ ମହନ୍ତ ନରେନ୍ଦ୍ର ଗିରି ? ଜାଣନ୍ତୁ

1 min read
Asaudin Owasi

ପ୍ରୟାଗରାଜ: ଅଖିଳ ଭାରତ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଏଆଇଏମ୍ ନେତା ଆସଦୁଦ୍ଦିନ ଓବେସୀଙ୍କୁ ରାମ ନାମ ଜପିବାକୁ ପରାମର୍ଶ ଦେଇଛନ୍ତି । ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନକୁ ଓବେସୀ ସମାଲୋଚନା କରିଥିଲେ । ଓବେସୀ କହିଥିଲେ ଯେ, ଏହା ଦ୍ୱାରା ଦେଶର ଧର୍ମ ନିରପେକ୍ଷତା ନୀତିକୁ ଆଘାତ ଲାଗିବ । ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ନରେନ୍ଦ୍ର ମୋଦିଙ୍କୁ ଏଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ୍ ବୋଲି ସେ କହିଥିଲେ । ଓବେସୀଙ୍କୁ ଉତ୍ତର ଦେବାକୁ ଯାଇ ନରନ୍ଦ୍ର ଗିରି ଏଭଳି କହିଛନ୍ତି ।

ନରେନ୍ଦ୍ର ଗିରି କହିଛନ୍ତି ଯେ, ଓବେସୀ ପ୍ରଥମେ ଜାଣନ୍ତୁ ଯେ,ନରେନ୍ଦ୍ର ମୋଦି ଜଣେ ହିନ୍ଦୁ । ତା’ପରେ ଦେଶର ପ୍ରଧାନମନ୍ତ୍ରୀ । ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, ଓବେସୀ ସବୁ ପ୍ରସଙ୍ଗ ଉପରେ ରାଜନୀତି କରନ୍ତି । ତାଙ୍କୁ ଭାରତରେ ହେଉଥିବା କୌଣସି ଭଲ କାମ ପସନ୍ଦ ଆସେନାହିଁ । ଓବେସୀଙ୍କୁ ଉପଦେଶ ଦେଇ ସେ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖ ଦିନ ଓବେସୀ ଆଲ୍ଲାଙ୍କ ନାମ ନେବା ସହ ରାମ-ରାମ ବି ଜପନ୍ତୁ ।

ନରେନ୍ଦ୍ର ଗିରିଙ୍କ ଅନୁସାରେ ଓବେସିଙ୍କର ନିଜ ଧର୍ମ ବାବଦରେ ଜ୍ଞାନ ନାହିଁ କି ସନାତନ ଧର୍ମ ବାବଦରେ । ସେ କେବଳ ଦେଶର ପରିବେଶ ଖରାପ କରିବାକୁ ଚାହାନ୍ତି । ଏଣେ ସୋସିଆଲ ମିଡିଆରେ ଓବେସୀଙ୍କ ବୟାନକୁ ନେଇ ଚର୍ଚ୍ଚା ଚାଲିଛି । ଓବେସୀଙ୍କୁ ୟୁଜର ପଚାରୁଛନ୍ତି ଯେ, ଆଗରୁ ରାଷ୍ଟ୍ରପତି ଭବନରେ ଇଫତାର ପାର୍ଟି ଆୟୋଜନ ଦ୍ୱାରା ଦେଶର ଧର୍ମ ନିରପେକ୍ଷତା ନୀତି ପ୍ରଭାବିତ ହେଉନଥିଲା କି ?

Leave a Reply