spot_img

Latest Posts

ମହାନଦୀରେ ଖସିଲା ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା, ଭାସିଗଲା ଫସଲ

ଜଗତସିଂହପୁର: ମହାନଦୀରେ ଖସିଲା ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା। ହୀରାକୁଦ ପ୍ରଥମ ବନ୍ୟାଜଳ ଛାଡିବା ପରେ ରଘୁନାଥପୁର ନିକଟ କୂଳସାହି ଠାରେ ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା ଖସିଛି। ଜଗତସିଂହପୁର-କଟକ ମଧ୍ଯ ଭାଗରେ ପ୍ରବାହିତ ମହାନଦୀରେ ବନ୍ୟାଜଳ ଯୋଗୁଁ ଭୟାନକ ସ୍ଥିତି ଉପୁଜିଛି। ନଦୀପଠାରେ ଚାଷ ହୋଇଥିବା ଶହଶହ ଏକର ପନି ପରିବା ବନ୍ୟା ପାଣିରେ ଭାସି ଯାଇଛି। ଯାହାକୁ ନେଇ ଚିନ୍ତାରେ ଶହଶହ ଚାଷୀ ।

ସେପଟେ ମହାନଦୀପଠାର ଅତଡ଼ା ଖାଇଯିବାରୁ ୧୨ ଖଣ୍ଡ ଗାଁର ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁ ମୁଁହା ହୋଇଛି ମହାନଦୀ । ମହାନଦୀ ପଠାରେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ କୂଳସାହି ଅଞ୍ଚଳ ଲୋକଙ୍କ ଚିନ୍ତା ବଢ଼ିଛି। ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Latest Posts

Don't Miss