ବିହାର ରାଜନୀତି: ‘୪ ଥର ଜିତିଲେଣି କିନ୍ତୁ ଏବେ ବି ଭଙ୍ଗା ଘରେ ରହୁଛନ୍ତି ବିଧାୟକ’

mahaboob alam

କଟିହାର: ଭାରତରେ ଯଦି କେହି ସରପଞ୍ଚ ବା ମୁଖିଆ ହୋଇଯାଏ ତେବେ ତାରା ହାବଭାବ ପୂରା ବଦଳିଯାଏ । ଏମିତିକି ସରପଞ୍ଚ ପଦ ପାଇବା ପରେ ବ୍ୟକ୍ତି ବର୍ଷେ ଭିତରେ ସାଇକେଲରୁ କାର ପର୍ଯ୍ୟନ୍ତ ଯାତ୍ରା ଅତିକ୍ରମ କରିନିଏ । ଖାଲି ସେତିକି ନୁହେଁ ନିଜ ପାଞ୍ଚ ବର୍ଷର ଟର୍ମ ଶେଷ ହେବା ଭିତରେ ସେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଯାଇଥାଏ । କିନ୍ତୁ ଏସବୁ ସତ୍ତ୍ୱେ ଏମିତି କିଛି ନେତା ଅଛନ୍ତି ଯିଏ ବିଧାୟକ ହେବା ପରେ ବି ପୂର୍ବଭଳି ଏକ ସାଧାରଣ ଜୀବନଯାପନ କରୁଛନ୍ତି । ସେହିଭଳି ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହବୁବ ଆଲମ୍‌ । ସେ ନିଜ ସଚ୍ଚୋଟତା ପାଇଁ ପୂରା ଅଞ୍ଚଳରେ ପ୍ରସିଦ୍ଧ । ସଚ୍ଚୋଟ ହେବା କାରଣରୁ ସେ ବିଧାୟକ ହେବା ସତ୍ତ୍ୱେ ନିଜ ପାଇଁ ପକ୍କା ଘର ଟିଏ ବି ତିଆରି କରି ପାରିନାହାନ୍ତି ।

mahaboob alam

ସୂଚନା ମୁତାବକ, ମହବୁବ ଆଲମ ବିହାରର କଟିହାର ଜିଲ୍ଲାର ବାସିନ୍ଦା । ମହବୁବ ଆଲମ୍‌ ବଳରାମପୁର ସିଟ୍‌ରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି । ଖାସ କଥା ହେଉଛି ମହବୁବ ଆଲମ ଏଥର ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ଅନ୍ତରରେ ନିର୍ବାଚନ ଜିତିଛନ୍ତି । କିନ୍ତୁ ଚାରି ଚାରି ଥର ବିଧାୟକ ହୋଇସାରିବା ପରେ ମଧ୍ୟ ତାଙ୍କ ପାଖରେ ଗୋଟିଏ ହେଲେ ପକ୍କା ଘର ନାହିଁ ।

mahaboob alam

ଖାଲି ସେତିକି ନୁହେଁ ଆଜି ମଧ୍ୟ ସେ ଯଦି କୁଆଡ଼େ ଯିବାକୁ ଚାହୁଁଛନ୍ତି ତେବେ ଚାଲି ଚାଲି ଯାଉଛନ୍ତି । ତାଙ୍କ ପଖରେ ଖଣ୍ଡେ ଗାଡ଼ି ମଧ୍ୟ ନାହିଁ । କୁହାଯାଉଛି ଏଥର ବିହାର ବିଧାନସଭା ନିର୍ବାଚନରେ ଜିତିଥିବା ୮୧ ପ୍ରତିଶତ ବିଧାୟକ କୋଟି ପତି । ଏଭଳି ସ୍ଥିତିରେ ମହବୁବ୍‌ ଆଲମ୍‌ ଏମିତି ଜଣେ ବିଧାୟକ ଯାହାଳ ପାଖରେ ଆଜି ସୁଦ୍ଧା ପକ୍କା ଘର ଖଣ୍ଡିଏ ନାହିଁ । ଏହି କାରଣରୁ ସେ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ମହବୁବ ଆଲମ ସିପିଆଇ ଟିକଟରୁ ୪ର୍ଥ ଥର ପାଇଁ ଜିତିଛନ୍ତି

ମହବୁବ୍‌ ଆଲମ୍‌ ୪ ଥର ହେବ ସେହି କମ୍ୟୁନିଷ୍ଟ ପାର୍ଟି ଟିକଟରୁ ବିଧାନସଭା ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । କଟିହାର ଜିଲ୍ଲାର ବଳାରାମପୁର ବିଧାନସଭା ଆସନରୁ ହିଁ ସେ ୪ ଥର ଜିତିଛନ୍ତି । ସେ ଏଥର ୫୩ ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ୪ ଥରର ବିଧୟକ ମହବୁବ୍‌ଙ୍କ ବୟସ ଏବେ ମାତ୍ର ୪୪ ବର୍ଷ । ସେ ଦଶମ ପାସ୍‌ କରିଛନ୍ତି ଏବଂ ରାନୀତି ସହ ଚାଷ ମଧ୍ୟ କରୁଛନ୍ତି ।

Leave a Reply