ଦିଲ୍ଲୀ, ଏନ୍‌ସିଆର ଅଞ୍ଚଳରେ ଭୂମିକମ୍ପ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରେକର୍ଡ

1 min read

ନୂଆଦିଲ୍ଲୀ:  ଭୂତାଣୁ ଭୟରେ ଦିନ କାଟୁଥିବା ଦିଲ୍ଲୀବାସୀଙ୍କୁ ଏବେ ଘାରିଛି ଭୂମିକମ୍ପ ଭୟ । ଶୁକ୍ରବାର ରାତିରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି ଏନ୍‌ସିଆର ଅଞ୍ଚଳରେ । ରୋହତକ ହରିୟାଣାରେ ଏହି ଭୂମିକମ୍ପ ହୋଇଥିବା ବେଳେ ଦିଲ୍ଲୀ, ନୋଏଡା, ଗୁରୁଗାଓଁରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ରହିଛି ।

ହରିୟାଣା ସ୍ଥିତ ରୋହତକ୍‌ଠାରୁ ୧୬ କି.ମି ଦୂରରେ ଏହି ଭୂମିକମ୍ପର ଉତ୍ପତ୍ତି ହୋଇଥିବା ସୂଚନା ରହିଛି । ତେବେ ଭୂମିକମ୍ପ ଯୋଗୁଁ ପ୍ରାଥମିକଭାବେ କୌଣସି ଧନ ଜୀବନ ହାନି ନେଇ ସୂଚନା ମିଳିନାହିଁ । ଦେଶର ଉତ୍ତର-ପୂର୍ବାଞ୍ଚଳରେ ଭୂମିକମ୍ପ ଅନୁଭୂତ ହେବାର ୨ ଦିନ ପରେ ଶୁକ୍ରବାର ଏନ୍‌ସିଆର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଗତ ୨୫ ତାରିଖରେ ମଣିପୁରରେ ୧୩ ମିନିଟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ତେବେ ଭୂମିକମ୍ପ ଅନୁଭୂତ ହେବା ପରେ ଘର ଛାଡ଼ିବାହାରକୁ ଆସିଥିଲେ ହରିୟାଣ ଲୋକେ ।

Leave a Reply