ବାମହାତୀ ସଫଳ ବ୍ୟକ୍ତିତ୍ୱ
1 min readଅଧିକାଂଶ ଲୋକ ଡାହଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ଲେଫ୍ଟି ବୋଲି କୁହାଯାଏ । ଆଉ ଏହି ବାମହାତରେ କାମ କରିବା ଲୋକ ବା ଲେଫ୍ଟିଙ୍କ ସଫଳତା ବି କିଛି କମ ନୁହେଁ । ଏମିତି ବି କୁହାଯାଇ ପାରେ ଲେଫ୍ଟିଙ୍କ କିସମତରେ ରାଜଯୋଗ ନିଶ୍ଚୟ । ଆମ ଦେଶ ତଥା ବିଦେଶରେ ଏମିତି ସଫଳ ବାମହାତି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି। ସାରା ବିଶ୍ବରେ ୧୦ ପ୍ରତିଶତ ଲେଫ୍ଟି ଅଛନ୍ତି । ସେଇ ଦୃଷ୍ଟିରୁ ୧୩ ଅଗଷ୍ଟକୁ ଅନ୍ତର୍ଜାତୀୟ ବାମହାତୀ ଦିବସ ଭାବେ ପାଳନ ହୁଏ । ତା ହେଲେ ଚାଲନ୍ତୁ ଜାଣିବା ସେମିତି କିଛି ସଫଳ ଲେଫ୍ଟିଙ୍କ ବିଷୟରେ ।…
୧- ଅମିତାଭ ବଚ୍ଚନ
ବଲିଉଡର ବାଦଶାହା ବିଗ ବି ଅମିତାଭ ବଚ୍ଚନଙ୍କ ନାଁ ଏହି ଲିଷ୍ଟରେ ରହିଛି । ତାଙ୍କୁ ସେହେନଶା, ମହାନାୟକ ଓ ସୁପରଷ୍ଟାର ଆଖ୍ୟା ବହୁ ପୂର୍ବରୁ ମିଳିସାରିଛି । ବହୁତ କମ ଲେକ ଜାଣିଥିବେ ଅମିତାଭ ହେଉଛନ୍ତି ଲେଫ୍ଟି । ବାମ ହାତରେ ଲେଖିବା, ଖାଇବା ଓ ଦସ୍ତଖତ କରନ୍ତି ଅମିତାଭ୍ ।
୨- ସଚିନ ତେନ୍ଦୁଲକର
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ଜଣେ ବାମହାତି ବ୍ୟକ୍ତି । ସଚିନ ଡାହାଣ ହାତରେ ଖେଳୁଥିଲେ ମଧ୍ୟ ଖାଇବାଠୁ ଆରମ୍ଭ କରି ଲେଖିବା ପର୍ଯ୍ୟନ୍ତ ତାଙ୍କର ସବୁ କାମ ସେ ତାଙ୍କ ବାମ ହାତରେ କରିଥାଆନ୍ତି ।
୩- ମହାତ୍ମା ଗାନ୍ଧି
ଭାରତର ଜାତିରପିତା ମହାତ୍ମା ଗାନ୍ଧି ମଧ୍ୟ ବାମହାତୀ ଥିଲେ । ସବୁ କାର୍ଯ୍ୟ ସେ ବାମହାତରେ କରୁଥିଲେ । ଦେଶକୁ ସ୍ୱାଧୀନତା ଦେବାରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ।
୪- ବାରାକ ଓବାମା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ଆସୁଛି । ସେ ହେଉଛନ୍ତି ଆମେରିକାର ଏକମାତ୍ର କୃଷ୍ଣକାୟ ରାଷ୍ଟପତି ।ଏଥିରୁ ସହଜରେ ଅନୁମାନ କରିପାରୁଥିବେ ଓବାମା କେତେ ଲକି । ଓବାମା ମଧ୍ୟ ସବୁକାମ ବାମହାତରେ କରୁଥିଲେ ।
୫- ମାର୍କ ଜୁକରବର୍ଗ
ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ମାର୍କ ଜୁକରବର୍ଗ ମଧ୍ୟ ଜଣେ ଲେଫ୍ଟି । ବତ୍ତର୍ମାନ ସେ ବିଶ୍ବର ଏକ ବିଶାଳ ସୋସିଆଲ ନେଟଓ୍ବର୍କର ସମ୍ରାଟ ।
୬- ବିଲ କ୍ଲିଣ୍ଟନ
ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ମଧ୍ୟ ଜଣେ ଲେଫ୍ଟି । ତାଙ୍କ ଶାସନ କାଳରେ ଆମେରିକାରେ ଅନେକ ପ୍ରଗତି ହୋଇଥିଲା । ଖୁବ୍ ଚର୍ଚ୍ଚାରେ ଥିଲେ କ୍ଲିଣ୍ଟନ୍ ।
୭- ଆଞ୍ଜେଲିନା ଜୋଲି
ବିଶ୍ବର କୋଟି କୋଟି ଦଶର୍କଙ୍କ ହୃଦୟରେ ରାଜ କରୁଥିବା ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜଣେ ଲେଫ୍ଟି । ଆକ୍ସନ ଓ ରୋମାନ୍ସର ରାଣୀ ଆଞ୍ଜେଲିନା ବିଶ୍ବର ଜଣେ ଲୋକପ୍ରିୟ ଅଭିନେତ୍ରୀ ।
୮- ବିଲ ଗେଟସ
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସଙ୍କ ନାଁ କିଏ ନ ଜାଣେ । କିନ୍ତୁ ଖୁବ କମ ଲୋକ ଜାଣିଥିବେ ସେ ଜଣେ ବାମହାତୀ ବ୍ୟକ୍ତି ।
୯- ଶିଖର ଧୱନ
ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ଶିଖର ଧବନ ବି ଜଣେ ଲେଫ୍ଟି । ଭାରତୀୟ କ୍ରିକେଟରେ ସୌରଭ ଗାଙ୍ଗୁଲିଙ୍କ ପରେ ଶିଖର ଧଓ୍ବନ ଜଣେ ସଫଳ ବାମହାତୀ ବ୍ୟାଟସମ୍ୟାନ ।
୧୦- ନବୀନ ପଟ୍ଟନାୟକ
ଯଦିଓ ଏହା ଶେଷ ନୁହେଁ କିନ୍ତୁ ଏହି ଲିଷ୍ଟରେ ଓଡିଶା ରାଜନୀତିର ମହାନାୟକ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ଆସୁଛି । ନବୀନ ମଧ୍ୟ ତାଙ୍କର ସମସ୍ତ କାମ ବାମ ହାତରେ ହିଁ କରିଥାନ୍ତି । ସେ ମଧ୍ୟ ଜଣେ ସଫଳ ଲେଫ୍ଟି । ')}