ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ ନିର୍ମାଣ ଶ୍ରେୟ ନେବାକୁ ବିଜେପି-ସମାଜବାଦୀ ପାର୍ଟି ଟଣାଓଟରା

1 min read

 ଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ଓ୍ବେ ଉଦ୍‌ଘାଟିତ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୪୧ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ୍ ଓ୍ବେ ପୂର୍ବ ଓ ପଶ୍ଚିମ ୟୁପିକୁ ଯୋଡ଼ିବ । ଏହାର ନିର୍ମାଣ ଲାଗି ୨୨ହଜାର ୪୯୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ  ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ଆରମ୍ଭ ହୋଇଛି କ୍ରେଡିଟ୍ ଓ୍ବାର ।

ଶ୍ରେୟ ନେବାକୁ ବିଜେପି ସମାଜବାଦୀ ପାର୍ଟି ଟଣା ଓଟରା । ପ୍ରଧାନମନ୍ତ୍ରୀ  ଶୁଭାରମ୍ଭ କରିବା ପୂର୍ବରୁ ଏକ୍ସପ୍ରେସ୍ ଓ୍ବେରେ ଫୁଲ ପକାଇବା ସହ ସାଇକେଲ ଚଲାଇ ସମାଜବାଦୀ ପାର୍ଟି ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ଲକ୍ଷ୍ନୌରୁ ଗାଜିପୁର ସଂଯୋଗ କରୁଥିବା ଏହି ଏକ୍ସପ୍ରେସ୍ ଓ୍ବେକୁ ନେଇ ସମାଜବାଦୀ ପାର୍ଟି ଲଗାତାର ବିଜେପିକୁ ଟାର୍ଗେଟ କରିଆସୁଛି ।

ଅଖିଳେଶ ୟାଦବ ଏହାକୁ ସମାଜବାଦୀ ପାର୍ଟି ସରକାରର ଉପଲବ୍ଧି କହୁଥିବା ବେଳେ ବିଜେପି ଏହାକୁ ନେଇ ନିଜକୁ ଶ୍ରେୟ ଦେବାରେ ବ୍ୟସ୍ତ । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ବସ୍‌ର ବ୍ୟବହାର କରାଯାଇଛି ଓ  ୨ହଜାର ବସ୍‌ର ରୁଟ୍‌ ବଦଳା ଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକେ ହୀନସ୍ତା ଭୋଗୁଥିବା ଅଭିଯୋଗ ହୋଇଛି।

Leave a Reply