୧୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର କଲେ ଆବଶ୍ୟକ ନାହିଁ ଅନୁମତି

1 min read

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଏଥିପାଇଁ କେବଳ ଅନଲାଇନ୍ ମାଧ୍ୟମରେ ବିଡିଏକୁ ଜଣାଇବାକୁ ପଡିବ । www.bhubaneswar.meରେ ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ୍ ପ୍ରସ୍ତୁତ କରି ୱେବସାଇଟରେ ଲୋଡ୍ କରିଛି ବିଡିଏ ।

ସେହି ୧୦୦ଟି ପ୍ଲାନ୍ ଭିତରେ ୧୦ ମିଟରର କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫୪୦୦ ବର୍ଗ ଫୁଟ୍ ଭିତରେ ନିର୍ମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଲେଆଉଟ ପ୍ଲାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । ଏବେ କେବଳ ବିଏମସି ଓ ବିଡିଏକୁ ନିଜ ଜମିର କାଗଜପତ୍ର, ପରିଚୟ ପତ୍ର ଏବଂ ଆବଶ୍ୟକୀୟ ଫି’ ଦେଇ ଅବଗତ କରିବେ ଗୃହକର୍ତ୍ତା ।

Low Risk Building, No Approval Needed From BDA

ଅନ୍ୟପଟେ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଲଞ୍ଚ୍ ହୋଇଛି ଇ-ଅଫିସ୍ ଏନଓସି ମଡ୍ୟୁଲ୍ । ଆଜିଠାରୁ ବିଏମସି, ବିଡିଏ ଓ ଟାଉନ୍ ପ୍ଲାନିଂ ସମ୍ପର୍କରେ ଅନଲାଇନରେ କର୍ମଚାରୀଙ୍କୁ ମିଳିବ ସମସ୍ତ ତଥ୍ୟ । କାହିଁକି ବିଳମ୍ବ ହେଉଛି କାମ, କେଉଁଠି ଅଟକିଛି ? ଇ-ଫାଇଲର ଷ୍ଟାଟସ୍ ଠାରୁ ଆରମ୍ଭ କରି ଏନଓସି ପର୍ଯ୍ୟନ୍ତ ସବୁ ତଥ୍ୟ ଏବେ ଅନଲାଇନରେ ଜାଣିପାରିବେ କର୍ମଚାରୀ । ଏହାସହ ଏହି ୱେବସାଇଟରେ ଯୋଡ଼ା ଯାଇଛି ନୂଆ ଫିଚର ‘ରୋଡ୍ କଟିଂ’ । କେଉଁ ସଂସ୍ଥା କେଉଁ ସ୍ଥାନରେ ରୋଡ କଟିଂ କରିଛି ତାହା ଜଣାପଡ଼ିବ । ରୋଡ୍ ସଜାଡ଼ିବାକୁ ନେଇଥିବା ନିର୍ଦ୍ଧାରିତ ସମୟ ପରେ ରାସ୍ତା କାହିଁକି ସଜାଡୁନି ତାହା ଜଣାପଡ଼ିବ ।

Leave a Reply