ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ବର: ବିଜେବି କଲେଜରେ ଘଟିଛି ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଛାତ୍ରଙ୍କୁ ମାଡ଼ ଅଭିଯୋଗ । ମାଡ଼ ମାରି ଲହୁଲୁହାଣ କଲେ ଦ୍ବିତୀୟ ବର୍ଷର ଛାତ୍ର । ଆକ୍ରମଣରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ମାଡମରା ବେଳର ଭିଡିଓ ଭାଇରାଲ ହେଉଥିବାବେଳେ ବଡଗଡ଼ ଥାନାରେ ଆହତ ଛାତ୍ରଙ୍କ ପରିବାର ଲୋକ  ।

ଏଭଳି ଘଟଣାକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା ଜୋର ଧରିଛି  । ପାଠ ପଢିବା ସମୟରେ ଛାତ୍ରମାନେ ଏଭଳି କାରନାମା ଘଟାଉଛନ୍ତି । ଶିକ୍ଷା ଗ୍ରହଣ କରିବା ସମୟରେ ପ୍ରେମ ବ୍ୟାପାରରେ ପଡିବା ସହ କଲେଜରେ ଦାଦାଗିରି ଘଟାଉଛନ୍ତି  । ଛୋଟ ଛୋଟ ପିଲା ଆଇନକୁ ହାତକୁ ନେବା ଭଳି ଦୁଃସାହାସ ଘଟାଉଛନ୍ତି  । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।