ଅଯୋଧ୍ୟାରେ ପିଏମ୍ ମୋଦି କରିବେ ଭୂମି ପୂଜନ, ସେପଟେ ଆମେରିକା ଟାଇମ୍ସ ସ୍କୋୟାରରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ ଅଗଷ୍ଟକୁ ଅଯୋଧ୍ୟା ପହଞ୍ଚିବେ । ସେଠାରେ ଭୂମି ପୂଜା କରି ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିବେ । ଠିକ୍ ସେତିକି ବେଳେ ଆମେରିକାରେ ମଧ୍ୟ ଉତ୍ସବ ପାଳନ ହେବ । ଯେଉଁଥିପାଇଁ ସେଠାରେ ପ୍ରସ୍ତୁତି ଚାଲିଛି । ନ୍ୟୁୟର୍କର ପ୍ରତିଷ୍ଠିତ ଓ ବିଶ୍ୱ ବିଖ୍ୟାତ ଟାଇମ୍ସ ସ୍କୋୟାରର ବୁଧବାର ଶ୍ରୀ ରାମଙ୍କ ବଡ଼ ବଡ଼ ହୋର୍ଡିଂ ଲଗାଯିବ । ଅଗଷ୍ଟ ୫ରେ ଭୂମି ପୂଜନ ଓ ଶିଳାନ୍ୟାସ ସମାରୋହ ବେଳେ ସେଠାରେ ରାମଙ୍କ ଥ୍ରୀଡି ଛବି ଦେଖାଯିବ । ଆମେରିକୀୟ ଆୟୋଜକ ଏହି କାର୍ଯ୍ୟକ୍ରମକୁ ଐତିହାସିକ ବନାଇବାକୁ ଚାହୁଁଛନ୍ତି ।

ଆମେରିକାରେ ଥିବା ଇଣ୍ଡିଆ ପବ୍ଲିକ ଆଫେୟର୍ସ କମିଟି ଅଧ୍ୟକ୍ଷ ଜଗଦୀଶ ସେହବାନିଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୫ ଅଗଷ୍ଟକୁ ଅଯୋଧ୍ୟାରେ ଭୂମି ପୂଜା କରିବେ । ଆମେ ଏହି ଐତିହାସିକ କ୍ଷଣକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତି କରିଛୁ ।

ସେ ଆହୁରି କହିଛନ୍ତି ଏହି ସମାରୋହକୁ ଟାଇମ୍ସ ସ୍କୋୟାରର କେତକ ଗୁରୁତ୍ୱପୂର୍ଣ୍ଣ ହୋର୍ଡିଂ ଲଗାଯିବ । ୧୭ ହଜାର ବର୍ଗ ଫୁଟର ଚାରୋଟି ଏଲଇଡି ଡିସପ୍ଲେ ଲାଗିବ । ଏହାକୁ ଟାଇମ୍ସ ସ୍କୋୟାରର ସବୁଠୁ ଉଚ୍ଚା ଏଲଇଡି ଡିସପ୍ଲେ ସ୍କ୍ରିନ୍ କୁହାଯାଏ । ଏହା ଦୁନିଆର ସବୁଠୁ ବଡ଼ ଡିସପ୍ଲେ ।

ଏଠାରେ ସକାଳ ୮ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ରମ ଚାଲିବ । ଏହି ସମୟରେ ହିନ୍ଦୀ ଓ ଇଂରାଜୀରେ ‘ଜୟ ଶ୍ରୀ ରାମ’ ଲେଖାଯିବ । ଏହା ସହିତ ଫଟୋ ଓ ଭିଡିଓ, ମନ୍ଦିରର ଡିଜାଇନ୍ ଓ ଆର୍କିଟେକ୍ଚରର ଥ୍ରୀ଼ଡି ଚିତ୍ର ସହିତ ପିଏମ୍ ମୋଦିଙ୍କ ଦ୍ୱାରା ଭୂମି ପୂଜନର ଚିତ୍ର ଦେଖାଯିବ । ଏହି ସମୟରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଲୋକ ଉତ୍ସବ ମନାଇବେ । ଏଥି ସହିତ ଲୋକଙ୍କୁ ମିଠା ବଣ୍ଟାଯିବ ।

Leave a Reply