ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ, ସେବାୟତଙ୍କ ଜିଦ୍ ପାଇଁ ୪୪ ଦିନ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର: ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା  । ଶିବ ବିବାହ ପରମ୍ପରାରେ ଲାଗିଲା କଳା ଦାଗ  ।  ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ   । କପିଳେଶ୍ବରଙ୍କ ଆଗମନ ନେଇ ଆଗରୁ ରହିଥିଲା ବିବାଦ  । ଏହି ମାମଲା କୋର୍ଟରେ ବିଚାରଧିନ ରହିଥିଲା  ।  ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ  । ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ୟ ସମାପନ୍ନ ହୋଇ ପାରିନାହିଁ  । ଯେଉଁଥିପାଇଁ ୪୪ ଦିନ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ ସୂଚନା ମିଳିଛି  ।

ମିଳିଥିବା ସୂଚନା ମୁତାବକ କପିଳେଶ୍ୱରଙ୍କ ସେବା ପାଇଁ ଦୁଇ ସେବାୟତ ସମୁହ ମଧ୍ୟରେ ରହିଥିଲା ବିବାଦ  ।  ମଲିଆ ସେବାୟତ ନୁହେଁ ଖୁଣ୍ଟିଆ ସେବାୟତ କପିଳେଶ୍ବରଙ୍କ ନୀତିକାନ୍ତି କରିବାକୁ ହୋଇଥିଲା ଦାବି  । ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା  । ତଥାପି ଏହି ମାମଲାରେ ପଡି ପାରିନଥିଲା ପୂର୍ଣ୍ଣଛେଦ  । ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ହୋଇପାରିନାହିଁ  ।