ଘର କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ପରିବାରର ୩ ଗୁରୁତର

କେଉଁଝର: ଘର କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍ । ଲୁଟେରାଙ୍କ ଆକ୍ରମଣରେ ପରିବାରର ୩ ଗୁରୁତର । ଆନ୍ଦନପୁରର ଘଷିପୁରା ଥାନା ବାରିଗାଁ ଠାରେ ଗତକାଲି ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି । ଲୁଟେରା ମାନେ ଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘରେ ପଶିବା ପରେ ଅତର୍କିତ ଭାବେ ମାରଣାସ୍ତ୍ର୍ରରେ ଆକ୍ରମଣ କରିଥିଲେ।
ଲୁଟେରା ଲୁହାରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଯେଉଁଥିରେ ପରିବାରର ୩ ଜଣ ଗୋଲକ ପାଢୀ , ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟି ଗୁରୁତର ଆହତ ହୋଇଛନ୍ତି । ଲୁଟେରା ଘରୁ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା , ସୁନା ଓ ୨ଟି ମୋବାଇଲ୍ ଲୁଟିନେଇଥିବା ସୂଚନା ମିଳିଛି । ପାଖ ପଡ଼ୋଶିଙ୍କ ସହାୟତାର ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।