ଆଜି ୩ ଲୋକସଭା ଓ ୨୯ ବିଧାନସଭା ଆସନ ପାଇଁ ଭୋଟ ଗଣତି, ନେତାଙ୍କ ଭାଗ୍ୟ ପରୀକ୍ଷା

1 min read

ନୂଆଦିଲ୍ଲୀ: ଆଜି ଆସିବ ଉପନିର୍ବାଚନ ରେଜଲ୍ଟ । ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ । ଗତ ୩୦ ତାରିଖରେ ତିନି ଲୋକସଭା ଓ ୨୯ ଟି ବିଧାନସଭା ଆସନ ପାଇଁ ହୋଇଥିଲା ମତଦାନ । ଏ ସମସ୍ତ ଆସନ ପାଇଁ ଆଜି ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ତିନି ଲୋକସଭା ଆସନ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିଭଳି ଆସାମର ୫ଟି ବିଧାନସଭା ଆସନ ସହ ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ତିନୋଟି ଲେଖାଏଁ ଆସନ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି । ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି ।

ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।

Leave a Reply