ଲକଡାଉନ୍ 2.0: ବୋର୍ଡ ପରୀକ୍ଷା ଏବଂ ପ୍ରବେଶୀକା ପରୀକ୍ଷାର କଣ ହେବ ଜାଣନ୍ତୁ…
1 min read
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ବୋର୍ଡ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ, ଯାହା କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସ୍ଥଗିତ ରଖାଯାଇଥିଲା । ଅନେକ ରାଜ୍ୟର ବୋର୍ଡ ପରୀକ୍ଷା, ସିବିଏସ୍ଇ ବୋର୍ଡ ପରୀକ୍ଷା ଏବଂ ସିଏସ୍ଏସ୍ଇ ପରୀକ୍ଷା ମଝିରେ ବନ୍ଦ କରାଯାଇଥିଲା ।
ଏଭଳି ପରିସ୍ଥିତିରେ ଅବଶିଷ୍ଟ ପରୀକ୍ଷା ନକରି ଫଳାଫଳ ଘୋଷଣା କରାଯିବ ବୋଲି ଅନେକ ରାଜ୍ୟ ବୋର୍ଡ ଘୋଷଣା କରିସାରିଛନ୍ତି। ଏଥି ସହିତ, CBSE ମଧ୍ୟ ଦଶମ ବୋର୍ଡର ଅବଶିଷ୍ଟ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛି । ଏହା ମଧ୍ୟ କୁହାଯାଇଥିଲା ଯେ କେବଳ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବିଷୟଗୁଡ଼ିକର ଅବଶିଷ୍ଟ ପରୀକ୍ଷା ନିଆଯିବ। ଏଥି ସହିତ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ସିଏଏ ହିଂସା ହେତୁ ଦଶମ ଏବଂ ଦ୍ୱାଦଶ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇପାରିନଥିବା ସେହି ଛାତ୍ରଛାତ୍ରୀଙ୍କ ପାଇଁ ପୁନର୍ବାର ପରୀକ୍ଷାର ଆୟୋଜନ କରାଯିବ ।
ଏଥର ସମୁଦାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଥିଲେ। ଏଭଳି ପରିସ୍ଥିତିରେ ବୋର୍ଡ କେବଳ ମୁଖ୍ୟ ପରୀକ୍ଷା ଗୁଡ଼ିକ ଆଉଥରେ ଆୟୋଜିତ କରିବା ଉଚିତ୍ । ଯେତେବେଳେ ପେଣ୍ଡିଂ ପରୀକ୍ଷା ଗୁଡ଼ିକ ବିଷୟରେ ବୋର୍ଡକୁ ପଚରାଗଲା, ସିବିଏସ୍ଇ ଅଧିକାରୀ କହିଛନ୍ତି ଯେ ଆସନ୍ତାକାଲି ଏହି ବିଷୟରେ ନିର୍ଦ୍ଦେଶାବଳୀ ପ୍ରକାଶ କରାଯିବ ।
ଇତି ମଧ୍ୟରେ ବିଦ୍ୟାଳୟଗୁଡ଼ିକ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ନାହାଁନ୍ତି। ଜୁନ୍ ୧୭ ସୁଦ୍ଧା ଓଡ଼ିଶା ସରକାର ସ୍କୁଲ ବନ୍ଦ ଘୋଷଣା କରିସାରିଛନ୍ତି। ଏଭଳି ପରିସ୍ଥିତିରେ, ସିବିଏସ୍ଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ପୂର୍ବରୁ ଖୋଲିବାର ସମ୍ଭାବନା ମନେ ହେଉନାହିଁ । ଅନ୍ୟପକ୍ଷରେ, କୋଭିଡ -୧୯ କାରଣରୁ ଇଞ୍ଜିନିୟରିଂ (JEE Main) ଏବଂ ମେଡିକାଲ (NEET) ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି |
ଗତ ମାସରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ୨୧ ଦିନିଆ ଲକଡାଇନ ଘୋଷଣା କରିଥିଲେ, ସେତେବେଲେ ଏନଟିଏ (NTA) କହିଥିଲେ ଯେ ମେ ଶେଷ ସପ୍ତାହରେ NEET ଏବଂ JEE ମେନ୍ ପରୀକ୍ଷା ଗୁଡ଼ିକ କରାଯାଇପାରିବ। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ତେଣୁ ଏହା ସ୍ୱଭାବିକ ଯେ ପରୀକ୍ଷା ଗୁଡ଼ିକର ତାରିଖ ଆଗକୁ ବଢ଼ାଯିବ । ଏହା ସହିତ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମର ଦ୍ୱିତୀୟ ପରୀକ୍ଷା ମଧ୍ୟ ଲକଡାଉନ ପରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।