ଉପାସରେ ପ୍ରଭୁ ଲିଙ୍ଗରାଜ

1 min read

ଭୁବନେଶ୍ବର: ବୁଧବାରଠୁ ଉପବାସରେ ଶ୍ରୀ ଲିଙ୍ଗରାଜ । ଆରମ୍ଭରୁ ବନ୍ଦ ହେଲା ନୀତିକାନ୍ତି । ଅର୍ପଣ ହେଲାନି ମଙ୍ଗଳ ଆଳତି । ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକୁ ଅଣଦେଖା । ଗତକାଲି ସକାଳୁ ସିଂହଦ୍ବାର ଫିଟା ନୀତି ସରିବା ପରେ ହୋଇ ନଥିଲା ଆଳତୀ ନୀତି । ଏ ସବୁ ନୀତି ବ୍ରାହ୍ମଣ ପତ୍ରି ଓ ପୂଜା ପଣ୍ଡା ନିଯୋଗ କମିଟି କରିବା କଥା । ହେଲେ ସେମାନେ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇ ନଥିଲା । ଅନ୍ୟପଟେ ଅବକାଶ ନୀତି ବଡୁ ନିଯୋଗ କରିଛି । ନୀତି ବିଭ୍ରାଟ ପଛରେ ଲିଙ୍ଗରାଜଙ୍କ ଜାଗାକୁ ନେଇ ୩ ନିଯୋଗ ମଧ୍ୟରେ ରହିଛି ବିବାଦ ।

ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l ୨୦୧୯ରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ଜଣାଇଲା ପରେ ମଧ୍ୟ କୌଣସି ସମାଧାନ ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଥିବା ପୂଜା ପଣ୍ଡା ସମ୍ପାଦକ କହିଛନ୍ତି ।

ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ । ବ୍ରାହ୍ମଣ ନିଯୋଗର ପତ୍ରି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି । ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଏହା ପଛରେ କାରଣ କଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ ବୋଲି ଲିଙ୍ଗରାଜ ନୀତି ସୁପରଭାଇଜର କହିଛନ୍ତି ।