କାଲିଫର୍ଣ୍ଣିଆ: ୭୨ ଘଣ୍ଟାରେ ୨୧ ହଜାର ଥର ବିଜୁଳି ମାରି ୩୬୭ ସ୍ଥାନରେ ନିଆଁ

କାଲିଫର୍ଣ୍ଣିଆ: ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ସମୟରେ ଗୋଟିଏ ପରେ ଗୋଟିଏ ବିରାଟ ସମସ୍ୟା ମୁଣ୍ଡ ଟେକୁଛି । ଯାହା ଦ୍ୱାରା ପ୍ରଭାବିତ ହେଉଛନ୍ତି ହଜାର ହଜାର ଲୋକ । ପରିସ୍ଥିତି ସାମାନ୍ୟ ହେବା ନା ନେଉନାହିଁ । ନିକଟରେ କାଲିଫର୍ଣ୍ଣିଆରେ ହୋଇଥିବା ଏକ ବିରାଟ ସମସ୍ୟା ସାମ୍ନାକୁ ଆସିଛି । ଖବର ଅନୁସାରେ ଗତ ୭୨ ଘଣ୍ଟାରେ ୧୧ ହଜାର ଥର ବିଜୁଳି ମାରିଛି । ଏହା ପ୍ରଭାବରେ ୩୬୭ ସ୍ଥାନରେ ନିଆଁ ଲାଗିଛି । ହଜାର ହଜାର ଲୋକ ନିଜ ଘରଛାଡ଼ି ଚାଲି ଯାଇଛନ୍ତି । ଘର, ଗାଡ଼ି,ସ୍ପିଡ ବୋଟ୍ସ ଜଳିପୋଡ଼ି ପାଉଁଶ ହୋଇ ଯାଇଛି ।

କାଲିଫର୍ଣ୍ଣିଆରେ ଇଣ୍ଟରଷ୍ଟେଟ ହାଇଓ୍ୱେ ନମ୍ବର ୮୦କୁ ବନ୍ଦ କରିଦିଆଯାଇଛି । ଏହି ହାଇଓ୍ୱେରେ ପ୍ରାୟ ୫୬ କିଲୋମିଟର ପର‌୍ୟ୍ୟନ୍ତ ନିଆଁ ଲାଗିଛି । ନିଆଁ ଲାଗିଯାଇଥିବା କିଛି ଗାଡ଼ିରେ ରହିଯାଇଥିବା ଲୋକଙ୍କୁ ରକ୍ଷା କରାଗଲା । କାଲିଫର୍ଣ୍ଣିଆ ଟିପାର୍ଟମେଣ୍ଟ ଅଫ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନର ପ୍ରବକ୍ତା ଓ୍ୱିଲ ପାଓ୍ୱର୍ସଙ୍କ କହିବା ଅନୁସାରେ ଶହ ଶହ ଲୋକ ହନ୍ତସନ୍ତ ହେଉଛନ୍ତି । ଏକାଧିକ ଘର ଜଳି ଯାଇଛି । ୪ଟି ଜିଲ୍ଲାର ୯ଟି ସ୍ଥାନରେ ଅତ୍ୟଧିକ ନିଆଁ ଲାଗିଛି । ନିଆଁ ଲିଭାଇବା ସମୟରେ ଏକ ହେଲିକପ୍ଟର କ୍ରାଶ ହୋଇ ଯାଇଛି । ଏହି କାରଣରୁ ପାଏଲଟର ମୃତ୍ୟୁ ହୋଇ ଯାଇଛି । ଏହା ସହିତ ହେଲିକପ୍ଟରରେ ଉପସ୍ଥିତ ଥିବା ଜଣେ ପ୍ରାଇଭେଟ କଣ୍ଟ୍ରାକ୍ଟରର ମଧ୍ୟ ମୃତ୍ୟୁ ହୋଇଛି । ଯେଉଁ ୯ଟି ସ୍ଥାନରେ ନିଆଁ ଲାଗିଛି ସେଠାରେ ପ୍ରାୟ ୪୬ ହଜାର ଏକର ଜଳି ଜଳିପୋଡ଼ି ନଷ୍ଟ ପାଉଁଶ ହୋଇ ଯାଇଛି ।

 

ଏହା ମଧ୍ୟରେ ପାହାଡ଼,ଜଙ୍ଗଲ ଏବଂ ଖାଲି ଭୂମି ମଧ୍ୟ ସାମିଲ ଅଛି । ଏହି ଅଞ୍ଚଳରେ ପ୍ରାୟ ୫୦ଟି ଘର ଜଳି ଯାଇଛି । କହିରଖୁଛୁ ଏହା ପୂର୍ବରୁ କାଳିଫର୍ଣ୍ଣିଆରେ ୨୦୦୮ରେ ଝଡ଼ ତୋଫାନରେ ବିଜୁଳି ମାରି ନିଆଁ ଲାଗିଥିଲା । ସେହି ସମୟରେ ୩୭୫ରୁ ଅଧିକ ଇଞ୍ଜିନ ନିଆଁ ଲିଭାଇବାରେ ନିୟାଜିତ ହୋଇଥିଲେ ।


ସବୁଠାରୁ ଅଧିକ ନିଆଁ ଏସସିୟୁ ଲାଇଟ୍ନିଙ୍ଗ କମ୍ପ୍ଲେକ୍ସରେ ଲାଗିଛି । ଏଠାରେ ୮୫ ହଜାର ଏକର ଜମି ଜଳି ଯାଇଛି ।

Leave a Reply