ଆଇଆଇଏ ପକ୍ଷରୁ ଉତ୍କଳ ଦିବସ: ମହିଳା ଆର୍କିଟେକ୍ଟ ରତ୍ନମାଳା ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ

ଭୁବନେଶ୍ୱର: ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଓଡ଼ିଶା ଆର୍କିଟେକ୍ଟରସ ଓଡ଼ିଶା ଚାପ୍ଟର ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ପ୍ରିମିୟରରେ ଅନୁଷ୍ଠିତ ଉତ୍ସବରେ ବହୁ ବିଶିଷ୍ଟ ତଥା ପ୍ରସିଦ୍ଧ ସ୍ଥପତି ଓ ସିନେ ତାରକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଓଡ଼ିଆ ଥିମ ବା ଓଡ଼ିଆ ବିଷୟବସ୍ତୁ ଭିତ୍ତିକ ଥିଲା ।

ଏହି ଅବସରରେ ପ୍ରତିଷ୍ଠିତ ମହିଳା ସ୍ଥପତି ରତ୍ନମାଳା ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଜ୍ୟର ମୁଖ୍ୟ ଆର୍କିଟେକ୍ଟ ତଥା ତଥା ବିଶିଷ୍ଟ ସ୍ଥପତି ଆର୍କିଟେକ୍ଟ ସୁଶାନ୍ତ ପାତ୍ରଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ପୁରସ୍କୃତ କରାଯାଇଥିଲା । ପିଲୁ ମୋଦୀ କଲେଜ ଅଫ ଆର୍କିଟେକ୍ଚର ଛାତ୍ର ଅଭିଷେକ ରାଓ, କିଟ ବିଶ୍ୱ ବିଦ୍ୟାଳୟର ସ୍ନେହ ପ୍ରଧାନ ଏବଂ ଏନଆଇଟି ରାଉଲରେଲାର ପୁରୁଷୋତ୍ତମ ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷାର୍ଥୀ ଭାବେ ପୁରସ୍କୃତ କରାଯାଇଥିଲା ।  ଆଇଆଇଏର ଜାତୀୟ ପ୍ରତଯୋଗିତା ‘ବଣ୍ଡ ଅଫ ହୋପ୍ସ’ରେ ସେମାନଙ୍କ ପ୍ରକଳ୍ପ ଲାଗି ପୁରସ୍କୃତ ହୋଇଥିବା ଆର୍କିଟେକ୍ଟ ଶକ୍ତି ନନ୍ଦ ଓ ଆର୍କିଟେକ୍ଟ ଶୁଭରାଜ ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟର ସଭାପତି ସିଆର ରାଜୁ ମୁଖ୍ୟଅତିଥି, ଅଭିନେତା ତଥା ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଆର୍କିଟେକ୍ଟ ଯୋଗ ଦେଇଥିଲେ । ଯୁଗ୍ମ ସମ୍ପାଦକ କିର୍ତ୍ତୀ ୟୋଗଦର୍ଶିନୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

ଆଇଆଇଏ ଓଡ଼ିଶା ଚାପ୍ଟର ଅକ୍ଷଧ୍ୟ ଆର୍କିଟେକ୍ଟ ରାଜ କୁମାର ନାୟକ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟ ଓଡ଼ିଶା ଚାପ୍ଟରର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବତାରଣା କରିଥିଲେ । ନ୍ୟାସନାଲ କାଉନସିଲ ସଦସ୍ୟ ଅକ୍ଷୟ ବେଉରିଆ ଉତ୍କଳ ଦିବସ ଉପରେ ଆଲୋକପାତ କରିଥିଲେ । ଉପ ସଭାପତି ସ୍ୱପ୍ନଦତ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ‘ଓଡ଼ିଶୀ ନୃତ୍ୟ ଫ୍ୟାଶନ ପରେଡ’ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।