spot_img

Latest Posts

‘ହସ୍ପିଟାଲରୁ ଶିଶୁ ଗାଏବ ହେଲେ ଲାଇସେନ୍ସ ହେବ ବାତିଲ’

ନନ୍ଦିଘୋଷ ବ୍ୟୁରୋ : ଶିଶୁ ଚାଲାଣ ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ। ଶିଶୁ ଚାଲାଣ ସଂକ୍ରାନ୍ତ ମାମଲାଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏହାସହ ଏହି ଧରଣର ଅପରାଧ ରୋକିବା ଲାଗି ସମସ୍ତ ରାଜ୍ୟ ଲାଗି କଡା ଗାଇଡଲାଇନ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଜେ.ବି. ପାର୍ଦିବାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୬ ମାସ ମଧ୍ଯରେ ଏସଂକ୍ରାନ୍ତ ମାମଲାଗୁଡିକର ବିଚାର କରିବା ଲାଗି ଦେଶର ସମସ୍ତ ନିମ୍ନକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଯେଉଁ ହସ୍ପିଟାଲରୁ ଶିଶୁ ଚାଲାଣ ଅଭିଯୋଗ ଆସିବ ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରିବା ଲାଗି ରାଜ୍ୟ ସରକାରଗୁଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଚାଲାଣ ମାମଲା କ୍ଷେତ୍ରରେ ପଡିରହିଥିବା ମାମଲାଗୁଡିକର ଷ୍ଟାଟସ ଦର୍ଶାଇବା ଲାଗି ହାଇକୋର୍ଟଗୁଡିକୁ ବି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ପରଠାରୁ ବର୍ତ୍ତମାନ ସୁଦ୍ଧା ୩୬ ହଜାର ଶିଶୁ ନିଖୋଜ ହୋଇଛନ୍ତି ବୋଲି ଗତ ଫେବୃଆରୀରେ ସୁପ୍ରିମକୋର୍ଟ ନିକଟରେ ଦର୍ଶାଇଥିଲେ କେନ୍ଦ୍ର ସରକାର। ଉତ୍ତରପ୍ରଦେଶର ଏକ ହସ୍ପିଟାଲରେ ଏକ ଦମ୍ପତି ଏକ ପୁତ୍ର ସନ୍ତାନ ଚାହିଁଥିଲେ। ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚୋରାଚାଲାଣ ହୋଇଥିବା ଏକ ଶିଶୁକୁ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟ ପରକ୍ଷରୁ ସେହି ଦମ୍ପତିଙ୍କୁ ଆଗୁଆ ଜାମିନ ପ୍ରଦାନ ମଞ୍ଜୁର କରିଥିଲେ। ଏହି ମାମଲାରେ ଉଭୟ ୟୁପି ସରକାର ଓ ଆହ୍ଲାବାଦ ହାଇକୋର୍ଟଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ।

Latest Posts

Don't Miss